[11/11, 9:34 pm] Minakshi Dwivedy: ମାଟି ପିଣ୍ଡ ଦିନେ ମାଟିରେ ମିଶିବ
ଏ.. ତ ଲୀଳା ଖେଳା ତୋର...!!!!
ମୋହ ମାୟା କାହିଁ ମନରେ ଭରୁଛୁ
ଏ ସାରା ସଂସାର ର...????
ଆସିଅଛି ଏକା ଯିବ ଦିନେ ଏକା
ଧରମ ରେ ଅଛି ଲେଖା...;;;;
ସଂସାର ବନ୍ଧନ ମିଟୁନି ମନରୁ
ଚାହିଁଲେ କରିବୁ ରକ୍ଷା।
ତୋ ଶ୍ରୀଚରଣ ତଳେ ଆଶ୍ରୟ ଦେବୁ ରେ
ମନେ କରିବିନି ରୋଷ
ମାୟା ବାୟା ଭୁଲି ତୋହରି ସେବାରେ ଜୀବନ କରିବି ଶେଷ।
[12/11, 9:07 am] Minakshi Dwivedy: ସ୍ମୃତି ତୁମେ....!!!!
କାହିଁକି କରୁଅଛ ଆଜି ଅଣଦେଖା...,,,,,
ତୁମ କୁ ନେଇ ତ....
ବାଟ ଚାଲିଛି ମୁଁ ଏକା ଏକା....
ଅନିଶ୍ଚିତ ଭବିଷ୍ୟତେ......!!!!
ଦେଖି ପାରୁନି କାଇଁ ସେଇ ଆଲୋକ ମୟ ଦିପ୍ତିଶିଖା....,,,,
ତୁମକୁ ସାଉଁଟି....!!!!
ବର୍ତମାନ ସହ କରିଛି ପ୍ରଣୟ... ଲିଭେଇବାକୁ
ମୋ ହୃଦୟ ବିଭୀଷିକା।
[12/11, 6:04 pm] Minakshi Dwivedy: ମୋ ନୀରବତାରେ.... ଛୁପେଇ ରଖିଛି
ମୋ ହୃଦୟ ର ଅନେକ ଅକୁହା କଥା।
ମୋ ଅଶ୍ରୁ ହୀନ ଚକ୍ଷୁରେ....
ଛୁପେଇ ରଖିଛି ଅନେକ ବେଦନା ଭରା ମର୍ମନ୍ତୁଦ ଗାଥା।
ମୋ ଶୁଖିଲା ହସରେ....
ଛୁପେଇ ରଖିଛି ଅସରନ୍ତି ଦୁଃଖ ର ମର୍ମସ୍ପର୍ଶୀ ବ୍ୟଥା।
ମୋ ମିଶାଣିଆ ହୃଦୟରେ....
ଛୁପେଇ ରଖିଛି
ଭୟଙ୍କର ଛଳନା ରେ ଦଗ୍ଧିଭୂତ,ନିଷ୍ପେସିତସତ୍ତା।
ମୋ ଆଗକୁ ବଢିବାର ପ୍ରତିଶ୍ରୁତି....
ଦେଖେଇ ଦେଉଛି ଗରଳ ପିଇ ଭି ଅମୃତ ରସ ବର୍ଷା କରିବାର କୌଶଳତା।
Comments
Post a Comment