ଆସନ୍ତୁ ଦିଓ୍ବାଲି ପାଳନ କରିବା.....
ବାଣ ନ ଫୁଟେଇ ଓଠ ରେ ହସ ଫୁଟେଇବା।
ଝୁର ଝୁରି ନ ଝରେଇ
ମନ ରେ ଖୁସିର ଲହର ଝରେଇବା।
ଆଧୁନିକ ବତୀ ନ ଲଗେଇ
ପବିତ୍ର ମାଟି ଦୀପ ଲଗେଇବା।
ଅଯଥା ପଇସା ନ ପୋଡ଼ି
ମନରୁ ସବୁ ପାପ, କଳୁଷ ପୋଡିବା।
ଡି,ଜେ ଗାନା ନ ଲଗେଇ
ପବିତ୍ର ମନରେ ଚାରିପୁରୁଷ ସୁମରଣା କରିବା।
ବାୟୁ ପ୍ରଦ୍ୟୁଷଣ ନ କରି
କରୋନା ପ୍ରଦ୍ୟୁଷଣ ହଟେଇବା।
ଆସନ୍ତୁ ଏଥର ଦିଓ୍ବାଲି ପାଳନ କରିବା।
-----------------------------------------
ଦୂର ହଉ ମନୁ ଦୁଃଖ ର ତିମିର
ଜ୍ୟୋତିର୍ମୟ ହଉ ଜୀବନ ସୁର
ଦୀପାବଳି ଭରୁ ଖୁସିର ଲହର
ଭରିଯାଉ ଭାବ ଶାନ୍ତି, ମୈତ୍ରୀ ର।
ସମସ୍ତ ଙ୍କୁ ଦୀପାବଳି ଉପଲକ୍ଷେ ହାର୍ଦିକ ଶୁଭକାମନା।
Comments
Post a Comment