ସଂଜ ର ନୁଆଁଣିଆ ଆକାଶରେ ଅବ୍ୟକ୍ତ ତାରା ଫୁଲ
କିଛି କହିବାର ପ୍ରୟାସ....
ମନ ର ଉତ୍ତେଜନା ଭରା ଉଚ୍ଛ୍ୱାସ....
ସବୁ ଅସରନ୍ତି ଝଡ ତଳେ ମଥା ପାତି ସହି ନେଇଥିଲା,
ତା ହୃଦୟ ର ପ୍ରତିଧ୍ଵନି ବାରମ୍ବାର ଚେତେଇ ଦଉଥିଲା ଅପାରଗତା...
ନିମିଷକ ମଧ୍ୟରେ ଖେଳି ଗଲା ଶାନ୍ତ ବାତାବରଣ।
ଶେଫାଳି ର ମହ ମହ ବାସନା
ତାର କାମାତୁର ଚାହାଣୀ.....
ଉତ୍ତେଜିତ ହୋଇ ଉଠୁଥିଲା
ଫେରି ଆସୁଥିଲା ସେଇ ନିରାଶ ମୟ ସ୍ଥଳ କୁ....
ଜୀବନର ଅଧାଗଢ଼ା ଭଗ୍ନ ବିଶ୍ବାସ ର ପ୍ରତିଛବି କୁ....
ପାଦ ଥାପି ଥାପି ସ୍ବପ୍ନିଳ ଦୁନିଆ ରେ ଭାସି ବୁଲୁଥିଲା।
ହରାଇଥିଲା ତାର ଚିନ୍ତା ଓ ଚେତନା।
ବାସ୍ତବ ରୂପ ଥିଲା ବହୁତ ଭୟାନକ
ଘଡିସନ୍ଧି ମୁହୂର୍ତ୍ତରେ ରେ ସେ ଆଜି ବିରାଜମାନ
ସବୁ କେବଳ ତାରି ଦୋଷ,
ତାର ଅକାମି ର ଧୃଷ୍ଟ ଦକ୍ଷତା,
'ହଁ' 'ନାହିଁ' ର ତ୍ରିଶଙ୍କୁ ରେ ସେ ଦୋଳାୟମାନ....;;
ସୁନା ଫରୁଆ ରେ ଲୁଚି ରହିଥିବା ଏକ ନାଭି କେନ୍ଦ୍ର,
ହୁତୁ ହୁତୁ ଜଳୁଥିବା ମୋହ ର ଅଣ୍ଡକୋଷ।
ଅସ୍ପଷ୍ଟ ପାଦ ସବୁ ଆଜି ଧୋଇ ହୋଇ ଯାଇଛି
ଏକ ମିଛ ପ୍ରହଳେକା ରେ......
ସେଇ ନୁଆଁଣିଆ ଛାଇ ପୁଣି କେବେ ଜନ୍ମନେବ ସୁନ୍ଦର ସକାଳ ର ଅରୁଣିମା ରେ....!!!!
ଅପେକ୍ଷା ରତ ଆଜି
ସେଇ ଦିନକୁ ,....
ସେଇ ପ୍ରହସନ ର ଶେଷ ପରିଣତି କୁ....
ଜୀବନ ର ଏକ ଶେଷ ପର୍ଯ୍ୟାୟ କୁ.....
Comments
Post a Comment