ଯାହା ତୁ ଦେଇଛୁ
ସବୁ ତ ତୋହରି
କି ଦେଇ ପୂଜିବି କହ।
ଭକ୍ତି ଛଡ଼ା ମୋର ପାଖେ ନାହିଁ କିଛି
ପୂଜୁଛି ଝରାଇ ଲୁହ।
କାଳିଆ ରେ....!!!!!
ତନ ମନ ସବୁ ତତେ ସମର୍ପିତ
ପୋଛିଦେ ସଂସାରୀ ମୋହ।
______________________
ତୋର କାୟା ମାୟା
କରୁଛି ରେ ବାୟା
ଟାଣି ଟାଣି ହୋଇଯାଏ
କାଳିଆ କାଳିଆ ଚତୁର୍ଦ୍ଦିଗେ ବାସୁ
ତୋ ଭକତି ରେ ମୋହିଯାଏ।
ତୋ ଛଡ଼ା କିଛି ଲାଗୁନିରେ ଭଲ
ମନ ମୋ କରିଛୁ ଚୋରି।
ସଂସାରୀ ଜୀବନ ଫମ୍ପା ଆବାଜ
ତୁ ହିଁ ସତ୍ୟ ସୁନ୍ଦର ଧାରୀ।
ସିଞ୍ଚିଦେ ତୋ କରୁଣା ବାରି
କଳଙ୍କ ର ଗାର ମିଟିଯାଉ ମନୁ
ବନ୍ଧା ମୋ ଜୀବନ ଡୋରି।
____________________
ଆହେ ଭୋଳାନାଥ...!!!
ଭକତ ଭକ୍ତି ରେ
ଭୋଳ ହୋଇ ତୁମେ
ନ ବିଚାରଇ ଆଗ ପଛ
ଆଶୀଷ ର ରେଣୁ ଭରିଦିଅ ତୁମେ
ପୁରା କରି ମନବାଞ୍ଛା।
ମୋ ଭକତି ପ୍ରଭୁ
ହେଜ ପଡିଲାନି
କରିଦେଲ ମତେ ତୁଚ୍ଛ।
ତୁମ ଛଡ଼ା ମୁଁ
ନ ଆଦରେ କାହାକୁ
ରଖ କି'ବା ମାର ଇଛା
Comments
Post a Comment