[15/11, 11:31 am] Minakshi Dwivedy: ଦୀପ ଟିଏ ମୋତେ କରିଦେ କାଳିଆ
ନିତି ତୋ ପାଖେ ଜଳୁଥିବି
ସଂଜ ସକାଳେ ତତେ ଦେଖି ଦେଖି ଆତ୍ମହରା ହଉଥିବି।
ଜଳି ଜଳି ମୁହିଁ ଉଜ୍ଜ୍ୱଳ କରିବି ଦୂର କରି ଅନ୍ଧକାର।
ମୋ ପ୍ରଜ୍ଜ୍ବଳିତ ଶିଖା ଚମକଉଥିବ ସୁନ୍ଦର ଶ୍ରୀମୁଖ ତୋର।
[18/11, 11:20 am] Minakshi Dwivedy: ତତେ ପାଇବାକୁ ଅନେକ ଉପାୟ କରୁଥିଲି ଏଣେ ତେଣେ ....
ଶେଷରେ କାଳିଆ ଅନୁଭବ କଲି
ତୁ ଲୁଚି ବସିଅଛୁ ମୋ ହୃଦୟ ର କୋଣେ
[19/11, 8:59 am] Minakshi Dwivedy: ତୋ ବାତ୍ସଲ୍ୟ ମମତା ଉଣା କରେ ନାହିଁ
ରହିଥା ମୋ ସଙ୍ଗେ ସାଥି ସାଥି ହୋଇ।
ତୋ ଛଡ଼ା ମୋର ଭରସା କେ' ନାହିଁ
ମାତା ପିତା ତୁ
ତୁହି ମୋର ଭାଇ।
ଅନାଥ ଜନକ ଭକ୍ତି ଜାଣି ନାହିଁ
ତୋତେ ସ୍ମରି ସ୍ମରି
ବାଟ ଚାଲେ ମୁହିଁ।
ଆହେ ଭାବଗ୍ରାହୀ...!!!
ମାର କିବା ତାର ତୁମ ଇଚ୍ଛା ଯହିଁ।
ଆଖିବୁଜି ସବୁ ସହିଯିବି ମୁହିଁ
Comments
Post a Comment