କେତେ ପୂଜା ପାଠ କେତେ ଯପ ତପ କାର୍ତ୍ତିକ ମାସରେ କଲି....
ବରଷକ ପାପ ଯେତେ କରିଥିଲି
ସବୁ ଧୋଇଦେବି ବୋଲି।
ସଞ୍ଜ ସକାଳେ ଦୀପ ମୁଁ ଜାଳିଲି
ସାତ୍ତ୍ୱିକ ଆହାର କଲି....
ଏ ଭବ ସାଗରର ମାୟା ଜାଲରୁ ଉଦ୍ଧାର ପାଇବି ବୋଲି।
ତିଳକ ଲଗାଇ ହାତେ ଗିନି ଧରି କାଳିଆ କାଳିଆ ହେଲି....
ବନ୍ଧୁଜନ ଦେଖି ପାଗଳ କହିଲେ
ଆଶ୍ରମ ରେ ଦିଅ ଛାଡି।
ସକାଳୁ ସକାଳୁ ମିଷ୍ଟର କହିଲେ
କାର୍ତ୍ତିକ ଗଲା ଯେ ସରି....
ଏତେ ଡ୍ରାମା ଆଉ କରନାହିଁ ପ୍ରୀୟେ
ଜାଣ ଆଜି ଛାଡଖାଇ ବୋଲି।
ଯାଉଛି ବିପଣି ଆଣିବି ମୁଁ କିଣି
ମାଛ ଚିକେନ ଖାସି ଛେଳି....
ନାଟକ ନ କରି ମସଲା କର ରେଡି
ସତ୍ବରେ ଯାଅ ଯେ ଚଳି।
ଜୀବର ମରଣ, ଆଇଁଷ ଭକ୍ଷଣ
ପାପ ଆଉ କରନା ବୋଲି.....
ବଡ଼ ବଡ଼ ଆଖି ରେ ନିରେଠି ଚାହିଁଲେ
ଯେତେ ମୁଁ ନେହୁରା ହେଲି।
ଆଜି ଯଦି ନ ରାନ୍ଧ ପ୍ରଳୟ କରିବି...
ଜାଣିନ ମୁଁ କିଏ ବୋଲି.....
ମୁଁ ଭି ଖାଇବି, ତୁମକୁ ଖୋଇବି
ଜାଣିଥା ମୁଁ କଥା ଦେଲି।
ମାନିବନି କଥା ,ହେଜ ଯେ ରଖିଥା
ତୁମେ ତୁମ ବାଟେ ଯିବ ଚଳି....
ସବୁ ଧର୍ମ ମୋ ଶୁଖୁଆ ପୋଡ଼ା ରେ ଗଲା
ମନେ ମନେ ଭାବି ନେଲି।
Comments
Post a Comment