କେତେ ଆଶା ନେଇ ଆସିଥିଲି ମୁହିଁ ତୋର ଦରଶନ ପାଇଁ.....
ଦୂରୁ ରହି ତତେ ପ୍ରଣାମ କରୁଛି
ଶୁଣ ଆହେ ଭାବଗ୍ରାହୀ।
ତୋର ଶ୍ରୀକ୍ଷେତ୍ର, ତୋର ବଡ଼ଦାଣ୍ଡ ଆଜି ଅଟେ ଜନଶୂନ୍ୟ
ନିଃଶଦ୍ଦ ଆଜି ତୋ ମନ୍ଦିର ବେଢ଼ା
ଲୁଚି ଗଲାଣି ସତେ ପୂଣ୍ୟ।
ବିନା ଭକତରେ ଅନ୍ଧାରି ଗହ୍ୱରରେ
କେମିତି କାଟୁ ଦିନରାତି.....????
ତୋ ମୁଖରୁ ସତେ ଶୁଖିଗଲା ହସ
ଦେଖି ଫାଟି ପଡୁଛି ମୋ ଛାତି।
ନିଃଷିଦ୍ଧ ମନ୍ଦିରେ ଉନ୍ମୁକ୍ତ ହବ ଦ୍ବାର
ଡାକେ ମୁହିଁ ଦିନରାତି।
ଭକ୍ତ, ଭଗବାନ ଙ୍କ କେବେ ହବ ଯେ ସଂଗମ....
ଢାଳେ ଅର୍ଘ୍ୟ ମୁହିଁ ନିତି।
----------------------------
ପ୍ରଭୁ ପାଖେ ଥିଲେ.....
ଅସମ୍ଭବ ସବୁ ହୋଇଯାଏ ସତେ ସମ୍ଭବ,
ପ୍ରଭୁ ପାଖେ ଥିଲେ....
ନିଷ୍ପ୍ରାଣ ଶରୀରେ ସଞ୍ଚାରି ଉଠେ ଯେ ଭାବ।
ପ୍ରଭୁ ପାଖେ ଥିଲେ.....
ଅଦୂଶ୍ୟ ଶକ୍ତି ଯେ ହୋଇଯାଏ ଦୂଶ୍ୟମାନ,
ପ୍ରଭୁ ପାଖେ ଥିଲେ
ମରିଚିକା ଭି ହୋଇଯାଏ ଜଳପୂର୍ଣ୍ଣ।
ପ୍ରଭୁ ପାଖେ ଥିଲେ.....
ଲୁଚେ ଯେ ତିମିର
ଆଲୋକ ର ହୁଏ ସଂଚାର,
ପ୍ରଭୁ ପାଖେ ଥିଲେ....
ଅଜ୍ଞାନ ମନରେ ଭରିଯାଏ ଜ୍ଞାନ ଭଣ୍ଡାର।
ପ୍ରଭୁ ପାଖେ ଥିଲେ.....
ଡର ନାହିଁ କେଭେ
ଖେଳିଯାଏ ଖୁସି ସମ୍ଭାର,
ପ୍ରଭୁ ପାଖେ ଥିଲେ....
ସାରା ଜୀବନ ଟା ହୋଇଯାଏ ପୂଣ୍ୟ ମନ୍ଦିର।
Comments
Post a Comment