[23/12, 8:38 am] Minakshi Dwivedy: ତୁମେ .....
ମୋ କବିତାର ସୁରମ୍ୟ ପଂକ୍ତି,
ତୁମେ.... ମୋ ମନ ପୁଷ୍ପବନର ପ୍ରେମ ଉକ୍ତି।
ତୁମେ.... କଠୋର ନିଧାଘର ମଧୂର ମଳୟ ଗିତି,
ତୁମେ..... ଶୀତ ସକାଳର ଉଷ୍ଣତାର ପ୍ରୀତି।
ତୁମେ....ଭରିଦିଅ ମୋ ଶୂନ୍ୟ ମନରେ ପୂର୍ଣ୍ଣତା ର ଦ୍ୟୁତି,
ତୁମେ.... ଅଟ ଶୀତଳ ଚନ୍ଦନ ସମ କୋମଳ ତୃପ୍ତି।
ତୁମେ.... ମୋ ମନ ମନ୍ଦିର ର ସୁମଧୂର ସ୍ତୁତି,
ତୁମକୁ.... ଉତ୍ସର୍ଗ ତନ,ମନ, ପ୍ରାଣ ମୋ ଦିବାରାତି।
[24/12, 8:47 am] Minakshi Dwivedy: ତୋ ପ୍ରେମ ଫାଶ ରେ ମୁଁ ଫଶିଗଲି,
ତୋ ନୟନ ଦେଖି ବିଭୋର ହେଲି।
ତୋ ଅଧର ହସ ମନ ନେଲା କିଣି,
ବିକି ଦେଲି ହୃଦ ଦେଖି ତୋ ଠାଣି।
ଲାଗୁ କାହିଁ ନିଜର ପାରେନା ଯାଣି,
କହରେ କାଳିଆ କରିଛୁ କି ଗୁଣି...????
Comments
Post a Comment