ଜୀବନ ଟା ଭରା ସତେ କିଛି ସ୍ବପ୍ନ କିଛି ସ୍ମୃତି।
ମରିଚିକା ଅଟେ ସବୁ ମିଳେ ନାହିଁ କେବେ ତୃପ୍ତି।
ତୃଷ୍ଣା କେଭେ ମେଣ୍ଟେ ନାହିଁ
ଯେତେ ଯାହା କଲେ ପ୍ରାପ୍ତି,
ଆରାଧନା,ପୂଜାର୍ଚ୍ଚନା
ମନେ ଭରିଦିଏ ଶାନ୍ତି।
ମୋହ ମାୟା ତେଜ ମନୁ
ନାହିଁ କିଛି ଅନ୍ୟ ଗତି
ପଦ୍ମ ପାଦେ ରଖି ଲୟ ଜୀବନରେ ପାଅ ମୁକ୍ତି
----------------------------------------
ଭୋଳା ଶଙ୍କର ହେ ଭୋଳା ଶଙ୍କର
ତୁମକୁ ଦେଖି ମୋ ବଢେ ମନୋବଳ
ନିତ୍ୟ ପୂଜେ ଦେଇ ନା ନା ଫୁଲ ଫଳ,
ତୁମ ନାମ ଯପି ବିତେ ମୋ ସଂଜ ସକାଳ।
କରୋନା ଆତଙ୍କ ଗ୍ରାସିଲା କାଳ,
ଆତୁରେ ସମାଜ ହେଲା ଭୟ ବିହ୍ବଳ।
ଆହେ ନାଗେଶ୍ଵର, ଆହେ ମହେଶ୍ୱର
ବଞ୍ଚାଇ ରଖ ଆମ ସ୍ଥିତି କୂଳ।
ଆକୁଳେ ବିକଳେ ପୂଜେ ପୟର
ଆଲୋକିତ ହେଉ ଆମ ସମ୍ଭାବ୍ୟ ସକାଳ।
Comments
Post a Comment