ବିବାହ ବେଦୀ ର ହୋମ ଅଗ୍ନି ପାଶେ ତୁମ ସହ ଯେବେ ବନ୍ଧିଗଲି....
ଅଜଣା ହେଲେବି ଭାବିନେଲି ମନେ ତୁମେ ମୋ ସାତ ଜନ୍ମ ସାଥି ବୋଲି।
ତନ ମନ ସ୍ବପ୍ନ ସବୁ ସମର୍ପିଲି
ସବୁ ସୁଖ ଦୁଃଖ ଦେଲି ଢାଳି
ଶାଶ୍ବତ ପ୍ରେମରେ
ଏତେ ମଜ୍ଜିଗଲି
ନିଜ ସତ୍ତା ନିଜେ ଗଲି ଭୁଲି।
ଦୁନିଆ ଲାଗିଲା ରାଧାକୃଷ୍ଣ ମୟ
ପ୍ରିତୀ ସାଗରେ ପହଁରିଲି
ତୁମକୁ ପାଇ ମୁଁ ହେଲି ପରିଣିତା
ଭାଗ୍ୟବତୀ ଆଖ୍ୟା ନେଲି।
-------------------------------
ମରିଯିବି ଯେବେ
ସ୍ମୃତି ମୋର ନେଇ ଲୁହ ଟୋପେ ଢାଳିଦେବ.....
ଦୁରେ ଥାଇ ମୁହିଁ ଭାବି ନେବି ମନେ
ମୋ ପାଖେ ଥିଲା ତ ଭାବ???
ପ୍ରେମ ପରିଭାଷା ବୁଝି ପାରିଲନି
ବିଦାରି ଗଲା ମୋ ହୃଦ.....
ଭାବୁଥିଲ ତୁମେ ଆକଟେ ରଖିଛି
ରାସ୍ତା କରି ଅବରୋଧ।
ଯାହା ଇଚ୍ଛା ମନ ଏବେ କର ଯାଇ
ଦେଖିବାକୁ ସ୍ପୃହା ନାହିଁ....
ଏବେ ତୁମେ ଏକ ମୁକ୍ତ ବିହଙ୍ଗ ଦୂରୁ ଦେଖୁଥିବି ମୁହିଁ....
ଭଲପାଅ କି ନାହିଁ
ଜାଣି ପାରିଲିନି
ମନ ହଉଥିଲା ଖାଲି ଗୋଳି
ମୋ ଯୁଇ ପାଖରେ ଢାଳି ଦେବ ଯଦି ଅଶ୍ରୁ
ସବୁ ଦୁଃଖ ଯିବି ଭୁଲି।
Comments
Post a Comment