ରିକ୍ତ ହସ୍ତ ରେ ଆସିଥିଲେ ସର୍ବେ
ରିକ୍ତ ହସ୍ତ ରେ ଯିବା ଚାଲି,
ସିକ୍ତ ମନ ନେଇ ବଞ୍ଚିବା କାହିଁକି
ଜୀବନ ଟା ଯେ ଏକ ମରୁବାଲି।
ପ୍ରେମ,ସ୍ନେହ ଭାଷା ପଢିବା ସଭିଏଁ
ମନ ଆକାଶରେ ଯିବା ଉଡି
କଣ୍ଟାବନ ଆମ ହେବ କୁସୁମିତ
ଜୀବନ ସୋପାନେ
ଧୀରେ ଯିବା ଚଢି।
-----------------------------------------
ମୋ ଶୁଷ୍କ ମନର ସୁପ୍ତ କଳି ରେ
ସଂଗୀତ ମୂର୍ଚ୍ଛନା ଭରିଦେଲ
ମୋ ଉଆଁସୀ ଜୀବନେ ପୂର୍ଣ୍ଣ ଚନ୍ଦ୍ର ହୋଇ
ପ୍ରିତୀ ର ଜ୍ୟୋଛନା ଢାଳିଦେଲ
କୁହ ତୁମେ କ'ଣ ଯାଦୁକର....!!!!
ନିଜକୁ ଭୁଲିଲି....
ଦୁନିଆ ଭୁଲିଲି.....
ହୋଇଗଲ ଅତି ଆପଣାର।
---------------------------------------
ହେ ମାତ ଲକ୍ଷ୍ମୀ ନାରାୟଣୀ.....
ପୂଜା ପାର୍ବଣ ଆଉ କରିପାରୁନି ଲୋ
ତନ , ମନ ମୋର ଭାଙ୍ଗି ଗଲାଣି।
ଚାହିଁଲେ ରଖିବୁ ଚାହିଁଲେ ଗଢିବୁ
ଶତ ଶକ୍ତି ଦବୁ ମୋ ଡାକ ଶୁଣି।
ଆଜି ଗୁରୁବାର ସକାଳ ପ୍ରହରୁ
ତୋର ନାମ ସ୍ମରି କରେ ମେଲାଣି।
ତୋ ପାଖରେ ମାତ କିଛି ଅଛପା ନାହିଁ ଲୋ....
ବୁଝି ପାରୁଥିବୁ ମୋ ହୃଦୟ ବାଣୀ।
Comments
Post a Comment