[16/12, 8:41 am] Minakshi Dwivedy: ତୋର ପ୍ରେମ ରଙ୍ଗ ଘାରିଛି କାଳିଆ
କହ ରାଧା ହେବି କି ବା ମୀରା....
ଯାହା ଭି ହେଲେ ମୁଁ ତୋ ଦରଶନ ପାଇଁ ବନ୍ଧା ମୁଁ ଜୀବନ ସାରା।
ପ୍ରେମ ପୂଜାରୁଣୀ ତୋ ବଇଁଶୀ ଶୁଣି
ପାଗଳ କଲା ମୋ ମନ....
ଲଜ୍ଜାନତ ମୁଖେ ଧାଇଁ ମୁଁ ଆସିଛି ଏ ସୁଦୂର ତମାଳ ବନ।
ଯମୁନା ରାଣୀ ଆଜି ଭାରି ଯେ ଚଞ୍ଚଳା
ମାନୁନି ଯେ ଥଳ କୁଳ....
ଆମ ପ୍ରେମ ଲୀଳା ଦେଖିବା ପାଇଁ ମନ ତାର ଉଚ୍ଛୃଙ୍ଖଳ।
କହରେ କାଳିଆ ହଉଛୁ ଛଳିଆ
ଖେଳୁ ଲୁଚକାଳି କାହିଁ....???
ତୁ.... ତ ମୋହରି ମୁଁ... ତ ତୋହରି ରହିବା ଏକ ଅଭିନ୍ନ ହୋଇ
[17/12, 8:18 am] Minakshi Dwivedy: ଅଙ୍ଗେ ଅଙ୍ଗେ ମୋର ଶିହରଣ ଖେଳେ
ଦେଖି ନୟନ ଜୁଗଳ ତୋର,
ରୋମେ ରୋମେ ସତେ ବସି ତୁ ଯାଇଛୁ
ଭୁଲିଯାଇଛି ଯେ ସତ୍ତା ମୋର।
କି ଯାଦୁ କରିଛୁ କହ ରେ କାଳିଆ
କୋଉଠି ଲାଗୁନି ମନ,
ଶୟନେ, ସପନେ, କି ବା ଜାଗରଣେ
ଦେଖୁଛି ତୋ ଚକାନୟନ।
କାଳିଆ କାଳିଆ ଚତୁର୍ଦ୍ଦିଗେ ବାସୁ
ତୋ ପାଖେ ରହିଛି ମୋହ,
ତତେ ସମର୍ପିତା ମୋ କ୍ଷୁଦ୍ର ଜୀବନ
ଭକ୍ତି ଡୋରେ ବନ୍ଧା ସ୍ନେହ।
Comments
Post a Comment