[25/12, 11:05 am] Minakshi Dwivedy: ଆହେ ଭାବଗ୍ରାହୀ...
ପାପ ପଙ୍କିଳ ରୁ ରକ୍ଷା କର ମତେ
କାମନା, ବାସନା ଦୂର କର ଦେହି।
ପୂଣ୍ୟ ତରାଜୁ ରେ ପାପର ରାଜୁତି ଭାରି ହେଲା ପ୍ରଭୁ ସହୁଛି ମହି।
ସତ୍ୟ ଅସତ୍ୟ ର ଦୋ ମୁହାଣ ରେ
ଭକତିର ଭାବ ଦିଅ କଢାଇ।
ଶୂନ୍ୟ ମଣ୍ଡଳରେ ଶ୍ଳୋକ ଶଦ୍ଦ ଭରି
କରୁଣା କିରଣ ଦିଅ ବିଛାଇ।
[26/12, 8:35 am] Minakshi Dwivedy: ଅସତ୍ୟ ଶରୀର ସତ୍ୟ ଆଲିଙ୍ଗନେ ନିଃଷ୍ପ୍ରାଣ ହୃଦୟ ଉଜ୍ଜିବୀତ ହୁଏ,
ଭାବ ଭକତି ର ମଧୂ ଆସ୍ବାଦନେ ମନ , କାୟା କଳ୍ପ ପଲ୍ଲବିତ ହୁଏ।
ସଂକୀର୍ଣ୍ଣ ମନ ପ୍ରେମ ତରଙ୍ଗରେ ଅମୃତର ସ୍ବାଦ ବିତରିତ ହୁଏ ,
ଅସ୍ଥାୟୀ ଜୀବନର ମହା ପର୍ଯ୍ୟାୟ ରେ
ପୂଣ୍ୟ ର ପାଉଣା ସ୍ଥିରୀକୃତ ହୁଏ।
ଜଗା କାଳିଆ ର ଭବ ଦରବାରେ ସାଧନା ର ରସ ବିଚ୍ଛୁରିତ ହୁଏ ।
Comments
Post a Comment