ମଉଳା ହସରେ ତାର ବେଦନା ଯେ ଭରିଛି
କୋହ ଭରା ହୃଦୟ ଟା କାନ୍ଦୁ କାନ୍ଦୁ ହସୁଛି।
ଛୁପି ଛୁପି ଅଶ୍ରୁ ତାର ସନ୍ତର୍ପଣେ ପୋଛୁଛି।
ସମସ୍ତ ଙ୍କ ଖୁସି ପାଇଁ ତିଳ ତିଳ ଜଳୁଛି।
ତା ଖୁସିରେ
ସତେ ଯେମିତି......
କଳା ବାଦଲ ଢାଙ୍କିଛି,
ଆନମନା ମନ ତାର ଯନ୍ତ୍ରଣା ରେ ଡୁବିଛି।
ଦେଖି କି ପାରୁଛ କେହି
ତା ଗହନ ବେଦନା କିଛି...???
ଅଶ୍ରୁ ସିକ୍ତ ହୃଦୟ ରେ କଣ୍ଟା ଫୁଟି ଯାଇଛି।
-----------------------------------
ଅଜ୍ଞାନ ମୁଁ ମୂଢମତି,
ଜାଣିନାହିଁ ଛଳ,
କର୍ତ୍ତବ୍ୟ ରେ ସଦା ମୁଁ ରହିଥାଏ ଭୋଳ
ନଦୀ ପରି ବୋହୁଥାଏ ହୋଇ କଳ କଳ,
ଶତ ବାଧା ବିଘ୍ନ ସତ୍ତ୍ୱେ,
ମନ ମୋ ନିର୍ମଳ।
କାଳିଆ ରେ.....
ତୋ ଛଳନା , ତୋ ବାହାନା
ପାରେନା ମୁଁ କଳ,
ତଥାପି ବାଣ୍ଟେ ଖୁସି
ରଖି ମନୋବଳ।
Comments
Post a Comment