[29/12/2020, 8:46 am] Minakshi Dwivedy: ସର୍ବ ଶକ୍ତିମାନ, ସର୍ବ ବିଦ୍ୟମାନ ବ୍ରହ୍ମ , ପରଂବ୍ରହ୍ମ ତୁମେ,
ସଂସାର ର ରଥ ଚଳାଅ ଅଚିରେ
ଇସାରା ରେ ଚାଲୁ ଆମେ।
ଅନ୍ଧାର, ଆଲୋକ ଦୁଇ ପାରିପାର୍ଶ୍ବ
ଭଙ୍ଗା ଗଢା ରଚ ତୁମେ
ମାଧ୍ୟମ ଆମେ ତୁମ ରଚା ଖେଳେ
ବଢିଚାଲୁ ଆଗେ କର୍ମେ।
ଭରିଦିଅ ପ୍ରଭୁ ଖୁସିର ସୌରଭ ସପ୍ତ ରଙ୍ଗ ଦିଅ ଢାଳି,
ଶାନ୍ତି, ମୈତ୍ରୀ ର ଗଢିଉଠୁ ସୌଧ
ହର୍ଷ ରଙ୍ଗ ଦିଅ ମୁଖେ ବୋଳି।
[30/12/2020, 8:59 am] Minakshi Dwivedy: ନୂତନ ସକାଳ କୋମଳ କିରଣେ
କରୁଛି ମୁଁ ପ୍ରଣିପାତ
ଆଉ ଏକ ଦିନ ସୁଯୋଗ ଦେଇଛ ଅନ୍ତରରୁ ଧନ୍ୟବାଦ।
ପାପ ର କଳଙ୍କ ମିଟିଯାଉ ପ୍ରଭୁ
ଶୁଣି ତୁମ କଥାମୃତ
ଭକ୍ତି ଅର୍ଘ୍ୟ ଦେଇ ନବ ଜନ୍ମ ପାଇଁଁ
ଜୀବନ ମୋ ସମର୍ପିତ।
[31/12/2020, 9:19 am] Minakshi Dwivedy: ତୁ ଶ୍ରୀ କ୍ଷେତ୍ରର ମଉଡମଣି
ତୁ ଜଗତର ଶିରି
ଅତୀତ, ବର୍ତ୍ତମାନ, ଭବିଷ୍ୟତ ତୁ
ତୁ ଅଟୂ ଦୁଃଖ ହାରି।
ରଥ ଚକା ତଳେ ଜୀବନ ଦେବିରେ
ନ ଶୁଣିବୁ ଯଦି ମୋ ଡାକ,
ଫେଡିଦେ କଷଣ ଆହେ ଆର୍ତ୍ତତ୍ରାଣ
ମାଗୁଛି ତତେ ମୁଁ ଭିକ।
ହେ କଳା ଶ୍ରୀମୁଖ...!!!!!
ତୋ ମହିମା, ବଡିମା ବଜାୟ ରଖିବୁ
ଦୁର କରି ଭକ୍ତ ଦୁଃଖ।
[01/01, 10:13 am] Minakshi Dwivedy: ନୂଆ ବର୍ଷ ର ନୂତନ ସକାଳ ନବ ଗୁଞ୍ଜରିତ ହେଉ।
ନୟନରେ ଭରା ଆଶାର ଆଲୋକ
ନା ନା ରଙ୍ଗେ ଭରିଯାଉ।
ନବକଳେବର ଆଣୁ ନୁଆ ବର୍ଷ
ହର୍ଷ ଉଲ୍ଲାସ ନେଇ,
ନୈସର୍ଗିକ ସୁଖ ମିଳୁ ଜୀବନ ରେ
ନୈରାଶ୍ୟ ମନୁ ହଟାଇ
[02/01, 9:46 am] Minakshi Dwivedy: ସଙ୍କଟମୋଚନ
ଆହେ ହନୁମାନ
ହଟି ଯାଉ ଅନ୍ଧକାର
ଭୁଜବାହୁ ତଳେ ଆଶ୍ରୟ ଦବୁରେ
ଦୂର ହଉ ମନୁ ଡର।
ମାତୃ ଆଜ୍ଞାକାରୀ
ହେ ଅଞ୍ଜନା ସୁତ
ରାମଚନ୍ଦ୍ର ଅନୁଗ୍ରହୀ।
ତୋହରି ଆଶିଷ ଲଭିଲେ ଜୀବନେ
ରାମ କୁ ପାଇବି ମୁହିଁ।
ହେ ମହାଜ୍ଞାନି, ହେ ମହାତପି
ଯେ ସ୍ମରେ ତୋହରି ନାମ।
ସକଳ ସଙ୍କଟ କ୍ଷଣେ ହୁଏ ଦୂର
ମୋକ୍ଷ ପ୍ରାପ୍ତି ହୁଏ କାମ୍ୟ।
[03/01, 10:09 am] Minakshi Dwivedy: ସ୍ନିଗ୍ଧ ସକାଳ ର ସ୍ମିତ ହାସ୍ୟ ରେ
ସୁଶୋଭିତ ହେଉ ସୁନ୍ଦର ଧରା।
ଶାନ୍ତ, ଶୀତଳ ସୁରଭି ସମୀରେ
ସୁବାସିତ ହେଉ ଆମ ଭାଇ-ଚାରା।
ସୁଖ ସମ୍ଭାବନା
ସୁମଧୂର ମୂର୍ଚ୍ଛନା
ସଂପ୍ରସାର ହଉ ଜୀବନ ସାରା,
ସ୍ରଷ୍ଟା ଙ୍କ ସର୍ଜନା
ସୃଜନୀ ସାଧନା
ସମ୍ମୋହନ କରୁ
ଏ ଭବ ଧାରା
[03/01, 3:57 pm] Minakshi Dwivedy: ଦିନ ପରେ ଦିନ ବିତିଗଲା...
ଆସିଲା ଯେ ନୂଆ ବରଷ
ହାପି ନିୟୁ ଇଅର କହି କହି
ଉଡିଗଲାଣି ମୋ ହେଁସ।
ଏଫ.ବି , ହ୍ବାଟ୍ସପରେ ଉଇସ୍ କରି କରି ଭୁଲିଗଲି ରନ୍ଧାରନ୍ଧି।
ପେଟ ଯେତେବେଳେ ହେଲା କଁ କଁ ମୁଣ୍ଡରେ ପଶିଲା ବୁଦ୍ଧି।
ସ୍ବାମି ଙ୍କୁ କହିଲି ରାନ୍ଧିଲନି କାହିଁ
ଦେଖିଲ ଥିଲି ମୁଁ ବିଜି????
ଚାଉମିନ, ଚିକେନ୍ ଖାଇସାରିଛି ମୁଁ ଶୁଣି...... ବୁଦ୍ଧି ଗଲା ହଜି।
ହଇହୋ...ତୁମେ କେତେ ସ୍ବାର୍ଥ ପର
ନିଜ ପେଟ କଲ ପୂଜା..!!!
ସ୍ତ୍ରୀ କଥା ମନୁ ଦେଲ କି ପାଶୋରି
ନା ଜାଣି ଶୁଣି ଦେଲ ସଜା...???
ନୂଆ ବରଷ ର ପ୍ରଥମ ଦିନରେ
ହେଲା ଆମ ଗଣ୍ଡଗୋଳ।
ଭୋକ ମରିଗଲା ପେଟ ପୁରିଗଲା
ଗାଳି ଖାଇ ଗଲା ବେଳ।
ମାଇପି ଜୀବନ ଭାରି ହିନିମାନ
ନିଜ ପାଇଁ ବଞ୍ଚେ ନାହିଁ।
ସମର୍ପଣ ତାର ମଥାର ଲକିର
ଅନ୍ୟ ପାଇଁ ଗଢା ସେହି।
[07/01, 9:40 pm] Minakshi Dwivedy: ସପନ ବିଳାସୀ ମୁଁ
ସପନରେ ହସେ, ସପନରେ ମିଶେ,
ସପନ ରେ ହୁଏ ଖୁସି।
ଭାଙ୍ଗିଲେ ସପନ
ପ୍ରତାରିତ ମନ
ଦୁଃଖ ସ୍ରୋତେ ଯାଏ ଭାସି।
Comments
Post a Comment