[08/01, 9:37 am] Minakshi Dwivedy: ମୋ ମନ ମନ୍ଦିରେ ତୁ ବିରାଜିତ,
ଆଖି ପଲକରେ ତୁ ଆବିର୍ଭୁତ,
କଣ୍ଠ ରେ ତୋ ନାମ କାଳିଆ ସାଆନ୍ତ,
କର୍ମ ରେ କେବଳ ଭକ୍ତି ପ୍ରେମ ସ୍ତୋତ୍ର,
ଦିବାରାତ୍ର ତୋ ସଙ୍ଗେ ବସିଛି ରେ ମିତ,
ମାଗୁନି କାଳିଆ ଧନ ଜନ ବିତ୍ତ,
ମୋ ଶିରେ ରଖିଦେ ତୋ ପ୍ରେମପ୍ଳୁତ ହସ୍ତ,
ପାଇ ଆଶୀର୍ବାଦ ହୋଇଯିବି ମୁକ୍ତ।।।।
[09/01, 5:22 pm] Minakshi Dwivedy: ବାରମାସ ତେର ପର୍ବ ନେଇ,
ଆସୁ ରେ କାଳିଆ ଭିନ୍ନ ରୂପ ହୋଇ,
ଶଙ୍ଖ ହୁଳହୁଳି ଢୋଲ ମୃଦଙ୍ଗ ନାଦଇ,
ଗଗନ ପବନ ଖୁସି ମୁଖରଇ ,
ନିଃଷ୍ପ୍ରାଣ ହୃଦୟେ
ସ୍ପନ୍ଦନ ଜଗାଇ
ଦୁଃଖ ର ସାଗରେ ଖୁସି ଲହରାଇ,
ଭକ୍ତ ଖୁସି ପାଇଁ ରଙ୍ଗ ବଦଳାଇ ପ୍ରେମ ସୁଧା ଭକ୍ତ ହୃଦେ ବରଷାଇ,
ଆସୁ ରେ କାଳିଆ ଭିନ୍ନ ରୂପ ହୋଇ।
[10/01, 8:48 am] Minakshi Dwivedy: ଅନାଦି, ଅନନ୍ତ ଅସାଧ୍ୟ ସାଧକ
ଅଗାଧ ତବ କରଣ
ଅଚଳ, ଅମର
ଅନାଥ ର ନାଥ
ଅରଜେ ତବ କିରଣ
[10/01, 3:52 pm] Minakshi Dwivedy: ଆଲୋକ ବର୍ତ୍ତିକା
ହେ ଜଗତ କର୍ତ୍ତା
ଗୁହାରି ଶୁଣିମା ହେଉ,
ତବ ମଧୁହର୍ଷ ଲାଗୁଛି ବିମର୍ଷ
ଭକ୍ତ ପାଇଁ କି ଦୁଃଖ ପାଉ???
ଉନ୍ମୁକ୍ତ ତୋ ଦ୍ବାର
ଭକ୍ତ ସମାହାର
ଦ୍ରବିଭୂତ ତୋର ନାମେ,
ବିଗଳିତ ହୃଦେ ଦିବ୍ୟ ନିନାଦେ
ଦିବ୍ୟଜ୍ୟୋତି ଦେଖି ଧାମେ।
ମଧୁର ମଳୟ କରେ ଆଲ୍ହାଦିତ
ତନ ମନେ ହରି ଯପ,
ପୂଣ୍ୟ ଶ୍ଳୋକ ନାଦ
ପାପ କରେ ରଦ୍ଦ
ଦେଖି ତୋର ଦିବ୍ୟ ରୂପ।
Comments
Post a Comment