[10/01, 3:52 pm] Minakshi Dwivedy: ଆଲୋକ ବର୍ତ୍ତିକା
ହେ ଜଗତ କର୍ତ୍ତା
ଗୁହାରି ଶୁଣିମା ହେଉ,
ତବ ମଧୁହର୍ଷ ଲାଗୁଛି ବିମର୍ଷ
ଭକ୍ତ ପାଇଁ କି ଦୁଃଖ ପାଉ???
ଉନ୍ମୁକ୍ତ ତୋ ଦ୍ବାର
ଭକ୍ତ ସମାହାର
ଦ୍ରବିଭୂତ ତୋର ନାମେ,
ବିଗଳିତ ହୃଦେ ଦିବ୍ୟ ନିନାଦେ
ଦିବ୍ୟଜ୍ୟୋତି ଦେଖି ଧାମେ।
ମଧୁର ମଳୟ କରେ ଆଲ୍ହାଦିତ
ତନ ମନେ ହରି ଯପ,
ପୂଣ୍ୟ ଶ୍ଳୋକ ନାଦ
ପାପ କରେ ରଦ୍ଦ
ଦେଖି ତୋର ଦିବ୍ୟ ରୂପ।
[13/01, 8:11 pm] Minakshi Dwivedy: କେତେ ନବରଙ୍ଗ ଲଗାଉ କାଳିଆ
ତୁ ତ ବଡ଼ ନାଟ୍ୟକାର
ପାପ ନାଶ ପାଇଁ ଏ ଧରା ବୁକୁରେ
ନେଉ କେତେ ଅବତାର।
ଶାନ୍ତି ମୟ,
[16/01, 11:47 am] Minakshi Dwivedy: ଶାଶ୍ବତ ତୁମେ ,ତୁମେ ଶାନ୍ତି ପ୍ରୀୟ ଚିରନ୍ତନ ତୁମେ ସତ୍ୟ।
ସୁକଳ୍ପନା ତୁମେ ସୁମଧୁର ଭାବନା
ତୁମେ ପରଂବ୍ରହ୍ମ ତୃପ୍ତ୍ୟ।
ଅନିନ୍ଦ୍ୟ ତୁମେ, ଅନନ୍ତ ସାଗର
ତୁମେ ଦାରୁବ୍ରହ୍ମ ଅଦୀତ୍ବ।
ଭାବମୟ ତୁମେ,
ତୁମେ ପ୍ରୀତି ମୟ
କ୍ଷମାମୟ ତୁମେ ନିତ୍ୟ।
Comments
Post a Comment