ଶଦ୍ଦ ଶଦ୍ଦ ଦେଇ ଯେତେ ଭି ଯୋଡିଲେ
ପାରେନା କଳନା କରି,
ପଦ ପଦ ଦେଇ ଯେତେ ଭି ଖଞ୍ଜିଲେ
ବର୍ଣ୍ଣନା ପାରେନା କରି,
ଚିନ୍ତା ଚେତନାର ବହୁତ ଉର୍ଦ୍ଧ୍ବ ରେ କାହ୍ନା ଗୁଣଗ୍ରାମ ତୋରି.....
ବଡ଼ ଠାକୁର ବୋଲି ନାମ ତୁ ଅର୍ଜିଛୁ
କେହି ନୁହେଁ ତୋର ସରି।
[22/01, 3:04 pm] Minakshi Dwivedy: ଶୋଇବାକୁ ମୁଁ ଭଲପାଏ କାହିଁ ଜାଣିଛୁ ରେ ତୁହି କାହ୍ନା.....
ସପନରେ ତତେ ଦେଖିବା ପାଇଁ କି ନିଇତି କରେ ମୁଁ ବାହାନା।
ସପନରେ ହସେ ସପନରେ ମିଶେ
ସପନରେ ପାଖେ ତୋ ଥାଏ....
ସପନେ ସାନ୍ନିଧ୍ୟ ପାଇ ରେ କାଳିଆ ଜୀବନ ମୋ ଧନ୍ୟ ହୁଏ।
ଏମିତି ସପନେ ଆସୁଥାରେ ନିତି
ବଞ୍ଚିଥିବା ଯାଏଁ ମୁହିଁ....
ସପନ ମୋ କେଭେ ନ ଭାଙ୍ଗୁ କାଳାଆ
ପାଖେ ସଦା ରହେଥାଇ।
Comments
Post a Comment