[25/01, 10:43 am] Minakshi Dwivedy: ତୋ ବଡ଼ଦାଣ୍ଡ ଯାଇ ପାରୁନିରେ ମନ ହେଲା ଭାରି ଭାରି,
ତୋ ବାଇଶି ପାହାଚ ଛୁଇଁ ପାରୁନିରେ
ମନ ମୋ ଗଲାଣି ମରି
ତୋ କଳା ଶ୍ରୀମୁଖ ଦେଖି ପାରୁନିରେ
ହୁଏ ତତେ ଖାଲି ଝୁରି,
ତୋ ଅଭଡ଼ା ଅନ୍ନ ଖାଇ ପାରୁନିରେ
ଦିନ ମୋ ଯାଉଛି ସରି,
କାଳିଆ ରେ...... ତୁ ଚାହିଁଲେ ଲାଗିବ ଡୋରି.....
ଆପେ ଆପେ ମୁହିଁ ଟାଣି ହୋଇଯିବି
ଶ୍ରୀ ଶଙ୍ଖକ୍ଷେତ୍ର କୁ ତୋ'ରି।
[25/01, 9:20 pm] Minakshi Dwivedy: ଭକ୍ତି ପୁଷ୍ପ ଦେଇ ପୂଜୁଛି ପୟର
ପୂଣ୍ୟ ତରୁ ଡାଳେ ସଜା ମୋ ମନ୍ଦିର।
ଅନେକ ରେ ଏକ ତୁମେ ହିଁ ଭରସା
ଭାଙ୍ଗି ଦେବନି କେଭେ
ମୋ ଜୀବନ ଆଶା।
ଶ୍ରଦ୍ଧାଞ୍ଜଳି ଢାଳେ ସାଦରେ କମଳେ
ରକ୍ଷା କର ହେ ନାଥ
ଶ୍ରଦ୍ଧା ଅଶ୍ରୁ ଢାଳେ।
Comments
Post a Comment