[27/01, 10:01 pm] Minakshi Dwivedy: ନିସର୍ତ୍ତ ରେ ସବୁ ମାନି ତ ନେଇଛି
ତୁମ ଅନ୍ତସ୍ବର ବାର୍ତ୍ତା
ପ୍ରଶାନ୍ତି ର ପଥ ବାଛି ଯେ ନେଇଛି
ମନରେ ନ ରଖି ଚିନ୍ତା।
ଜନମ ମରଣ ସ୍ଥିରତା ସ୍ପନ୍ଦନ
ତୁମେ ତାର ତ୍ରାଣ କର୍ତ୍ତା
ଆଶ୍ରିତା ଯେ ତୁମ ପଦାରବିନ୍ଦେ
ତୁମର ହିଁ ଅନୁଗତା।
[28/01, 10:52 am] Minakshi Dwivedy: ତୁମରି ପରଶ କରିଛି କିମିଆଁ
ତନୁ ଶିହରଣ ଜାଗେ
କସ୍ତୁରି ଚନ୍ଦନ ମହକେ ହୃଦୟ
ପ୍ରିତୀ ଫୁଲ ସ୍ପର୍ଶ ମାଗେ
[29/01, 9:19 am] Minakshi Dwivedy: ଭକ୍ତି , ପ୍ରେମ ମୋର କରିବ ମିଶାଣ....
ରାଗ, ହିଂସା ମନୁ କରିବ ଫେଡାଣ...
ଦୁଃଖ, ଦାରିଦ୍ର୍ୟ ମୋ କରିବ ହରଣ...
ଆଶୀର୍ବାଦ ତବ କରିବ ଗୁଣନ....
ନିତି ହସୁଥାଉ ଏଇ ମନୋପବନ.....
ହେ ଚକାନୟ....
ତବ ଶ୍ରୀପୟରେ ପଡୁଛି ଶରଣ
Comments
Post a Comment