[19/02, 5:21 pm] minakshi dwivedy21: ଶ୍ରାବଣୀ ଧାରା ରେ ଭାସି ଯାଉଥିଲା
କେତେକଥା ,ଅନୁଭୁତି
ଶେଷ କଥା କିଛି କହିବାର ଥିଲା
ସମୟ ଯାଉଛି ବିତି।
ହୃଦୟର ଭାଷା ଲେଖୁଛି ଲୁହରେ
ଦଉଛି ମୁଁ ପ୍ରତିଶୃତି
ଭାବନାରେ ତୁମ ନିଇତି ଆସିବି
ହୋଇ ମୁଁ ଅଲିଭା ସ୍ମୃତି।
[20/02, 3:33 pm] minakshi dwivedy21: ପ୍ରତିଶୃତି ଆଣେ
ନୂତନ ଝଂକାର
ନବ ଉନ୍ମାଦନା ଖେଳେ,
ଏକତାର ଗିତି
ଗାଇ ଆନନ୍ଦ ରେ
ସଂଗୀତ ମୂର୍ଚ୍ଛନା ତୋଳେ।।
ଶଦ୍ଦ ଉହାଡରେ
ଖେଳେ ଲୁଚକାଳି
କେତେବେଳେ ଧରାଦିଏ....
ଶଦ୍ଦ ସାଗର ରୁ
ଅମୃତ ଝରାଇ
କାବ୍ୟ,କଥା ରଚିଯାଏ।
ଦୂର ଦିଗନ୍ତରେ
ଉଦିତ ସୂରୁଜ
ପ୍ରତିଛବି ଆଙ୍କୁ ଥାଏ.....
ସପନ ତୁଳି ରେ
ଛନ୍ଦାୟିତ ହୋଇ....
ପ୍ରତିଶୃତି ରୂପ ନିଏ।
ପୀରତି ରେ ବନ୍ଧା
ଆମ ଚଲାପଥେ
ନ ଲାଗୁ ଶିଉଳି କେବେ....
ରଙ୍ଗ ଭାଷା ଦେଇ
ସଜଳ ରଖିବା
ପୀୟୂଷ ଝରାଇ ଆମ୍ଭେ।
Comments
Post a Comment