[08/02, 10:35 am] minakshi dwivedy21: କିଛି ମନ୍ତ୍ର ତନ୍ତ୍ର ଶ୍ଳୋକ ଆଉ ପୁରାଣ ଜାଣି ନାହିଁ ମୁହିଁ ଧନ
କିନ୍ତୁ.....
ମୋ ହୃଦୟ ମନ୍ଦିରେ
ଦୀପକ ଜାଳୁଛି
ତୋର ନାମେ ରାତି ଦିନ।
ତୋ ବିନା ସୁରୁଜ ଆଲୋକ ଦିଏନି
ତୋ ବିନା କି ଜହ୍ନ ହସେ,
କୀଟ ପତଙ୍ଗ ଠୁ ତୃଣ ପରିଯନ୍ତ ତୋର ସ୍ଵରୁପ ହିଁ ଭାସେ।
ଶୁଣିଯାରେ କାହ୍ନା ମୋ ଅନ୍ତର ବେଦନା
କରନା ତୁ ଆଉ ରୋଷ,
ଉତ୍ସର୍ଗିତ ମନ ଏ ଭକତ ଜୀବନ
ହାରି କରିବୁ ଅବଶୋଷ।
[08/02, 6:57 pm] minakshi dwivedy21: ନୀରବ ରେ ଖୋଜୁଥିଲି ମୁଁ ଭାଷା
କହିବାକୁ ମନ ହୂଦୟର କଥା
ଓଠ ପଢି ନେଲା
ଲୁହ କିଣି ନେଲା
ଅନ୍ତର ଅକୁହା ବ୍ୟଥା।
[09/02, 11:15 am] minakshi dwivedy21: ଶୀତ ସରିଗଲା ବସନ୍ତ ଆସିଲା
ଆସୁନାହଁ କାହିଁ ତୁମେ
ଅପେକ୍ଷା ର ଫଳ ମିଠା ବୋଲି ଭାବି
ମଜ୍ଜିଛି ତୁମରି ପ୍ରେମେ।
Comments
Post a Comment