କେତେ ଆଶା ନେଇ ଚାହିଁ ବସିଥିଲି
ଋତୁରାଜ ବସନ୍ତରେ....
ବାନ୍ଧି ଦେବ ମତେ ପ୍ରେମ ଶିକୁଳିରେ
ଶିହରିତ ମନ ଝୁରେ।
ଭାବନାର ଝୁଲ କୁହୁଳି କୁହୁଳି କୁହୁଡି ରେ ମିଶିଗଲା....
ପ୍ରତିଶୃତି ଦେଇ ଛଳନା କରିଲ
କୁହ କେମିତି ବଞ୍ଚିବି ଭଲା...????
ଶାଶ୍ବତ ପ୍ରେମ ମୋ ବୁଝି ନପାରିଲ
କାଟିଦେଲ ପ୍ରୀତି ଡେଣା....
କରୁଣ ହୃଦୟେ କଣ୍ଟାଘାତ କଲ
କରୁଥିଲ ଖାଲି ବାହାନା!!!!
ମୁଁ ଅଟେ କିନ୍ତୁ ପ୍ରେମ ନିର୍ଝରଣୀ
ପ୍ରେମରେ ଭସେଇ ନେବି....
ରିକ୍ତ ମନରେ ତୁମ ଆସକ୍ତି ଭରିବି
ପ୍ରେମ ଜାଲେ ଛନ୍ଦି ଦେବି।।।
Comments
Post a Comment