[04/02, 10:00 am] minakshi dwivedy21: କେତେ ଆଶା ନେଇ ଚାହିଁ ବସିଥିଲି
ଋତୁରାଜ ବସନ୍ତରେ....
ବାନ୍ଧି ଦେବ ମତେ ପ୍ରେମ ଶିକୁଳିରେ
ଶିହରିତ ମନ ଝୁରେ।
ଭାବନାର ଝୁଲ କୁହୁଳି କୁହୁଳି କୁହୁଡି ରେ ମିଶିଗଲା....
ପ୍ରତିଶୃତି ଦେଇ ଛଳନା କରିଲ
କୁହ କେମିତି ବଞ୍ଚିବି ଭଲା...????
ଶାଶ୍ବତ ପ୍ରେମ ମୋ ବୁଝି ନପାରିଲ
କାଟିଦେଲ ପ୍ରୀତି ଡେଣା....
କରୁଣ ହୃଦୟେ କଣ୍ଟାଘାତ କଲ
କରୁଥିଲ ଖାଲି ବାହାନା!!!!
ମୁଁ ଅଟେ କିନ୍ତୁ ପ୍ରେମ ନିର୍ଝରଣୀ
ପ୍ରେମରେ ଭସେଇ ନେବି....
ରିକ୍ତ ମନରେ ତୁମ ଆସକ୍ତି ଭରିବି
ପ୍ରେମ ଜାଲେ ଛନ୍ଦି ଦେବି।।।
[04/02, 11:26 am] minakshi dwivedy21: ମନରେ ଅନେକ ଝଡ଼ ଉଠେ....
ଆପେ ଆପେ ଥମିଯାଏ.....
ରହିଯାଏ ଖାଲି ବିବଶତା....
ଖାଲି ବିଭୋରତା.....
ନୀରବତା....
ଆଉ ନିର୍ଜନତା...
ଜୀବନ୍ତ ଶବର ଏକ ରୂପ ନେଇ.......
[04/02, 4:08 pm] minakshi dwivedy21: ରାତି ଆସେ ଜହ୍ନ ନେଇ....
ନିଦ ଆସେ ସ୍ଵପ୍ନ ନେଇ....
ବର୍ଷା ଆସେ ମେଘ ନେଇ....
ଦିନ ଆସେ ଆଶା ନେଇ....
ପ୍ରେମ ଆସେ ଭରସା ନେଇ।।
[06/02, 10:31 am] minakshi dwivedy21: ଭଜୁ ତୋର ନାମ ହରେ କୃଷ୍ଣ ରାମ
ଦେଖୁ ତୋର କଳା ଶ୍ରୀମୁଖ,
ମଉଳା ମନରେ ଭରିଯାଉ ହସ
ପାଉ ଶିରି କ୍ଷେତ୍ର ସୁଖ।
ଲୋକାରଣ୍ୟ ରେ ହଜା ପଥିକଟେ ମୁଁ
ଦୁଃଖ କୁହୁଡି ରେ ଘେରା,
ଆଲୋକ ବର୍ତ୍ତିକା ହୋଇ ମହାବାହୁ
ବର୍ଷିଦିଅ ପ୍ରେମ ଧାରା।
ସଂସାର କାମନା ଏଡେ ବିଚିତ୍ର
ମନ କରୁଥାଏ ଆଶା,
ଶାନ୍ତିର ପ୍ରସାଦ ବିତରି କାଳିଆ
ପୁରାକର ଅଭିଳାଷା।
Comments
Post a Comment