[11/02, 9:14 am] minakshi dwivedy21: ବିବାହ ବେଦୀ ରେ ପ୍ରତିଶୃତି ଦେଲ
ସାତ ଜନ୍ମ ସାଥି ହବ
ଗୋଟିଏ ଜନ୍ମ ରେ ସମ୍ଭାଳି ନପାରି
କହିଲ.....
ଦେଖେ ଯା ତୋହର ଠାବ।
ଲକ୍ଷ୍ମୀ ମାତ ସିନା ଅଭାଶାପ ଦେଇ ଛାଡି ଚାଲିଗଲେ ଦୂର।
ମୁଁ ଅଲକ୍ଷଣି କୁଆଡେ ବା ଯିବି
କରିଦେବ ଯଦି ପର।
ନାହିଁ ମୋ ସାମର୍ଥ୍ୟ
ତୋଳିବି ଉଆସ
ବିଶ୍ଵକର୍ମା ଙ୍କୁ ଯେ ଡକାଇ।
ଗଣ୍ଡେ ଗଣ୍ଡେ ଯଦି ଅନ୍ନ ଦେଉଥିବ
ପଡି ରହିଥିବି ମୁହିଁ।
ବାପା, ମା ହରା
ଅଟେ ବେସାହାରା
ଦୁଃଖିନୀ କନ୍ୟା ଟେ ମୁହିଁ,
ତୁମ ଛଡ଼ା ଏଇ ଦୁନିଆରେ
ସାହା ମୋର କେହି ନାହିଁ।
[11/02, 12:24 pm] minakshi dwivedy21: ନୂଆ ବିବାହର କେଇ ଦିନ ତୁମେ ତୋଳି ଦେଲ ତାରା ଫୁଲ.. ।
ଗଭାରେ ସଜାଇ ନୟନେ ବସାଇ
କେଡେ ସୁନ୍ଦର ତୁ କହୁଥିଲ....
ସରଗର ଚାନ୍ଦ ହାତରେ ଧରାଇ
ଗୁମାନ ମୋ ଭାଙ୍ଗୁଥିଲ....
ମାନିନୀ ବୋଲି କହି
କେତେ ସରାଗରେ
ଚୁମାଟିଏ ଆଙ୍କୁଥିଲ।
ଆଜି କ'ଣ ସବୁ ଭୁଲିଗଲ ତୁମେ ଆମର ପ୍ରେମ କାହାଣୀ...???
ତୁମେ ଥିଲ ମୋର ହୃଦୟର ରାଜା
ମୁଁ ଥିଲି ତୁମ ରାଣୀ।
ପଚାରିଲେ କୁହ ଦେଏଖେ ଆଇନା
ରୂପ ତୋ ଗଲାଣି ବଦଳି
ଗୁଲାବ ଫୁଲ ରୁ ହେଲୁ ଫୁଲକୋବି
କହୁଛୁ ...ଯେ...
ଭଲ ପାଉନି ମୁଁ ବୋଲି....!!!!
ଅପସରା ଥିଲୁ ଭଲ ପାଉଥିଲି
ପାରିଜାତ ଦେଲି ତୋଳି...
ବୁଢି ଅସୁରୁଣୀ ପରି ଲାଗୁଛୁ ଆଜି ତୁ
ଦେଖିଲେ ପଡୁଛି ଭେଳି।
ମୁଣ୍ଡେ ହାତ ଦେଇ କହିଲି ହେ ପ୍ରୀୟେ
ଦୁଇଟି ସନ୍ତାନର ଯେ ଜନନୀ ....
ଘର , ପିଲାକାମ କରି ଜତନେ...
ମୋ ପାଇଁ ଟିକେ ସମୟ ପାଇନି।
କହିଥାନ୍ତ ଯଦି କର୍ତ୍ତବ୍ୟକୁ ଭୁଲି
ନିଜ ସୁଖେ ଥାନ୍ତି ମଜ୍ଜି....
ତେବେ ମୋତେ ତୁମେ ଭଲ ପାଉଥାନ୍ତ
ରହିଥାନ୍ତି ନିତି ସାଜି।
ଗୁଣ ମୋ ନ ଦେଖି ରୂପ ତ ଦେଖିଲ
କରିଲ ଯେ ହତାଦର
ନଶ୍ବର ଦେହ ମିଶିବ ମାଟିରେ
ଗୁଣ ହିଁ ରହିବ ଅମର।
[12/02, 8:31 pm] minakshi dwivedy21: ବୈଶାଖୀ ତାତିରେ ଭର ଶୀତଳତା
ପ୍ରୀତିର ପରଶ ଦେଇ,
ଶ୍ରାବଣୀ ଧାରା ରେ ବଢେ ନିବିଡତା
ପ୍ରେମ ଆଲିଙ୍ଗନ ପାଇ।
ଶୀତଳ ସକାଳେ ଆଣ ଯେ ଉଷ୍ମତା
ଶୀତଳ ଚୁମ୍ବନ ଆଙ୍କି,
ବସନ୍ତ ମଳୟେ ବଢେ ଗଭୀରତା
ଫୁଲ ରଙ୍ଗ ଦିଅ ମାଖି।
Comments
Post a Comment