[23/02, 9:59 pm] minakshi dwivedy21: ତମେ ମୋ ଉପରେ ଯେତେ ଭି ରାଗ
ମୁଁ ଜାଣେ...
ତମେ ମତେ ସେତିକି ଗହୀର ଭଲ ପାଅ।
ଯିଏ ଯାହାକୁ ଯେତିକି ଭଲ ପାଏ
ସେ ତା ଉପରେ ସେତିକି ଆକଟ, ଅଭିମାନ ଦେଖେଇ ଥାଏ।
[03/03, 11:53 am] minakshi dwivedy21: ପ୍ରେମ ଦରିଆରେ ଭାସୁଥିଲି ମୁହିଁ
ମନେ ରଖି କେତେ ସମା,
ନୀରବରେ ମନ ଭାଙ୍ଗି ଦେଲ ତୁମେ
ଶବଦ ହେଲାନି ଯମା।
ଦରଦ ଦେଲ ମଲମ ଭି ଦିଅ
ଆଗକୁ ବଢିବା ପାଇଁ,
ସଂପର୍କ ର ସେତୁ ଭାଙ୍ଗିକରି ତୁମେ କେମିତି ପାରୁଛ ରହି..???
ମନ ଅଟେ ମୋର କୁସୁମର ବନ
ସ୍ମୃତି ଆମ ମଧୁରାତି,
ହୃଦୟେ ଭରିଛି ପ୍ରେମ ର ମହୁଲ
ତନେ କୁଞ୍ଜବନ ପ୍ରୀତି।
ଆଶାର ଆଲୋକେ ଜିଇଁ ମୁଁ ରହିଛି
ଦିନରାତି ଝୁରି ଝୁରି,
ତୁମ ବାଟ ଚାହିଁ ମୋ ଜୀବନ ପ୍ରଦୀପ
କୋଉ ଦିନ ଯିବ ସରି।
Comments
Post a Comment