ଶାଗ ବଡିଚୁରା ପଖାଳ ସୁଆଦ
ତୋରାଣି ରେ ମେଣ୍ଟେ ତୃଷା.....
ଆଳୁ ଭରତାକୁ ଶୁଖୁଆ ପୋଡ଼ା
ଖାଇଦେଲେ ଆସେ ନଶା।
ଦହି ପଖାଳ ରେ ଲେମ୍ବୁ ଲୁଣ ପାଗ
ଚହଟି ଉଠଇ ବାସ....
ଦେଖିଦେଲେ ତାକୁ ବୋହିପଡେ ଲାଳ
ଆନନ୍ଦରେ କରୁ ଗ୍ରାସ।
ବାଇଗଣ ଭଜା କୁ ଟମାଟର ପୋଡା
ଖାଇବାକୁ ଲାଗେ ମଜା....
ମାଛ ବେସର ସହ
ଜହ୍ନିରାଇତା
ତା ସହ କଲରା ଭଜା।
ଅଂଶୁଘାତ ପାଇଁ ଜାଣ ମହା ଔଷଧୀ
ଆମ ଏ ପଖାଳ କଂସା....
ଦାରୁଣ ନିଦାଘେ
ଭରେ ଶୀତଳତା
ଉଡି ଯାଏ ଯେବେ ହଂସା।
ମାର୍ଚ୍ଚ ମାସର କୋଡ଼ିଏ ତାରିଖ
ପଖାଳ ଦିବସ (ନାମେ) ଖ୍ୟାତ...
ଓଡ଼ିଶା ବାହାରେ ଭି ନାମ କରିଛି
ପାଇଛି ଥରେ ଯେ ସ୍ବାଦ
Comments
Post a Comment