*(ଆଉ କି' ସେ ବେଳ ଆସିବ....???)*
ଇଛା ଟିଏ ଆଜି ମରିଯାଇଛି...
ସ୍ବପ୍ନ ଟା ଭାଙ୍ଗି ଚୁରମାର ହେଇ ଯାଇଛି....
ନୂଆ ସ୍ବପ୍ନ ଟିଏ ଦେଖିବା ପାଇଁ ଧୈର୍ଯ୍ୟ ହରାଇଛି....
ସମୟଟା ଭି ଧୀରେ ଧୀରେ ଗଡି ଚାଲିଛି...
ରଙ୍ଗ ବେରଙ୍ଗୀ ଜୀବନରେ କଳା ବାଦଲ ର ସାୟା ଯେମିତି ଘେରି ଯାଇଛି।
ଦିନ ଥିଲା ଫଗୁଣ ର ରଙ୍ଗରେ ସେ ଗାଧୋଉଥିଲା...
ମୁଠା ମୁଠା ବାସ୍ନା ର ମହକ ଭରୁଥିଲା...
ଆଜି କିନ୍ତୁ ମୁହଁ ଲୁଚେଇ କାନ୍ଦୁଛି...
ସେ ଦେଖି ପାରୁଛି କରୋନାର କୁଟିଳ, ମାୟାବୀ ଅହଙ୍କାର...
ବୈଶାଖୀ ଜଙ୍ଗଲରେ ନିଆଁ ର ବ୍ୟଭିଚାର।
ଧର୍ଷଣ ହୋଇଥିବା କୋଉ ଝିଅର ନୀରବତା ପରି ଆଜି ସେ କିନ୍ତୁ ମୌନ....
କରୋନା ଖାଇ ଦେଇଛି ଯେମିତି ସବୁ ଫୁଲର ପରାଗରେଣୁ....!!!
ସବୁ ଖୁସିର ଈଶ୍ୱରତ୍ବ..
ନିଃଶ୍ବାସ, ବିଶ୍ବାସ ର ଆପଣାତ୍ବ..
ଘରେ ଘରେ ଖେଳି ଯାଇଛି ବିବଶତା, ନୀରବତା, ସଂକୀର୍ଣ୍ଣତା....
ନାଲି, ନେଳି, ଗୋଲାପି ରଙ୍ଗ ସବୁ ଫିକା ଫିକା ଲାଗୁଛି
ଶ୍ରୀହିନା ଆଜି ସେ ସିନ୍ଦୂର ହୀନ ହତଭାଗୀନି ...
ଫଗୁଣର ଫାଲଗୁନି ମୁହଁ ପୋତି ଠିଆ ହୋଇଛି ଅଭିମାନରେ....
ସାମ୍ନାରେ ଅତ୍ୟାଚାରୀ,ଅହଙ୍କାରୀ କଟାକ୍ଷ କ୍ରୁର ହସର ଝଲକ...
ପବନ ର ପାଦ ଶବ୍ଦ ଆଉ ଶୁଭୁନାହିଁ।।।
ବର୍ଷାର ଘୁଙ୍ଗୁର ଭି ଆଜି ଚୁପ୍,
ଫୁଲ ଫୁଟା ହସର ବେଳ ଭି ଆଜି ଚୁପ୍,
ଅସହାୟତା ର ପଞ୍ଜୁରେ ଆଜି ସେ ଯେମିତି କ୍ରୁଶବିଦ୍ଧ।
ଭାବୁଛି....
ଆଉ କି ସେ ବେଳ ଆସିବ...
ନୀରସ ଯନ୍ତ୍ରଣା ରୁ ଅପସରି ସୁଖ ର ସୌଧ ଟିଏ ଗଢି ପାରିବ....!!!
ମାୟାବୀ ର ଚକ୍ରବ୍ୟୁହ ରୁ ମୁକୁଳି ତରୀ କୁ ଆଗକୁ ନେଇ ପାରିବ....!!!!
ସତରେ....
ଆଉ କି' ସେ ବେଳ ଆସିବ.....????
Comments
Post a Comment