[05/03, 8:09 pm] minakshi dwivedy21: ନିଝୁମ୍ ରାତିରେ ପ୍ରେମ ପ୍ରତିକ୍ଷା ରେ
ପ୍ରୀତି ସିକ୍ତ ମନ ଝୁରେ,
ମତୁଆଲା ମନ ବୁଝେଇ ହୁଏନା
ପ୍ରେମର ପରଶ ଘାରେ।
ପ୍ରେମର ବାସନା ଏତେ ଯେ ଗଭୀର
ଶିହରଣ ଅଙ୍ଗେ ଅଙ୍ଗେ,
ରଙ୍ଗାୟିତ ମନ ଭାରି ଯେ ଉଚ୍ଛନ୍ନ
ରଙ୍ଗିବାକୁ ତୁମ ରଙ୍ଗେ।
କଳ୍ପନା ତୁଳି ରେ ଆଙ୍କିଛି ତୁମକୁ
ତୁମରି ପ୍ରେମରେ ଭିଜା,
ମୋ ସପନ ରାଇଜେ
ମୁଁ ତୁମ ରାଣୀ
ତୁମେ ଅଟ ମୋର ରାଜା।
ଅଧରେ କମ୍ପନ, ହୃଦୟେ ସ୍ପନ୍ଦନ
କହିବି ଲାଜେ କାହା ଆଗେ,
ମନ ମୋ ଅଥୟ ତୁମ ପାଇଁ ପ୍ରୀୟେ
ସଜେଇ ହୁଏ ଯେ ସରାଗେ।
ମୁଁ ମେଘ କନ୍ୟା
ତୁମେ ବାରିଧାରା
ଭିଜା ଭିଜା ତନ ମନ,
ପ୍ରେମ ବରଷାରେ ଗାଇ ଆମେ ଗୀତ
ଆଦ୍ର ମନ ଉପବନ।
ତୁମେ କହୁଥିବ ପ୍ରେମ ର କାହାଣୀ
ମୁଁ ମାରୁଥିବି ହୁଁ,
ନୀଳ କୁନ୍ତଳେ, ନୀଳିମା ପରଶେ
ତୁମେ ଥିବ ଆଉ ମୁଁ।
ନିରେଠି ନିରେଠି ତୁମେ ଚାହୁଁଥିବ
ଦିବସ ରଜନୀ ସନ୍ଧ୍ୟା,
ଛନ୍ଦାଛନ୍ଦି ହୋଇ ଚାଲୁଥିବା ଆମେ
ପ୍ରେମ ଫାଶେ ହୋଇ ବନ୍ଧା।
[08/03, 9:35 pm] minakshi dwivedy21: ନାରୀ ଜୀବନ ସତେ ଏକ ମହମବତୀ ସଦୃଶ।
ଜଳି ଜଳି ଲହୁ ଲୁହାଣ ହୋଇଯାଏ...
ତାର ଅସ୍ତିତ୍ବ ମିଟିଯାଏ....
ତଥାପି ଶେଷ ନିଃଶ୍ୱାସ ଥିବା ଯାଏଁ ସମସ୍ତଙ୍କୁ ଆଲୋକ ପ୍ରଦାନ କରୁଥାଏ।
Comments
Post a Comment