*ନାଦଶ୍ରୀ*
*ମିନାକ୍ଷୀ*
ନବ ଉନ୍ମେଷିତ ବସନ୍ତର ମଧୁହାସେ...
ବିଚ୍ଛୁରିତ ସୁରମ୍ୟ ଆକାଶେ ।
ଶୁଣିଛି ମୁଁ ପ୍ରୀୟା ତୁମ ମଧୁରସ କଥନ...
ଛାନ୍ଦମୟୀ ଗୋ ତୁମେ...
ଦେଖେ ମୋ ଅପଲକ ନୟନ।
ଶରତର ଦିଗନ୍ତ ଜ୍ୟୋସ୍ନା ଲୋକେ
ପିନ୍ଧି ନୀଳ ନିଚୋଳ...
ସୌନ୍ଦର୍ଯ୍ୟ କାନ୍ତି ତୁମ କରିଛି ପାଗଳ।
ଦୂର ନୀଳ ପରବତ ଚୁଳେ
ତୁମ ଅନିନ୍ଦ୍ୟ ଚାହାଣୀ...
ପ୍ରେମ ର ସର୍ପିଳ ଝରଣା ଉଠେ ତହିଁ ଉଜାଣି।
ସତେ ଅବା ସପ୍ତସ୍ବର
ଦୀପକ ବିନ୍ୟାସ...
ଅନ୍ତର ରେ ଖେଳିଉଠେ
ଶିହରଣ,ଅପୂର୍ବ ଉଚ୍ଛ୍ୱାସ।
ଝଂକାରର ଉତ୍ଥିତ ମୁର୍ଛିତ ନି଼ଃଶ୍ବାସେ...
ମନପଥେ ହଜିଯାଅ
ପ୍ରେମ ଅଭିଳାଷେ।
ବେପଥୁ ସାଜେ ଆଜି ମୋର
କଳ୍ପନା କ୍ଷଣେ...
ତୃପ୍ତି, ଆନନ୍ଦେ ଶିହରିତ ମନ ପ୍ରେମ ଜାଲ ବୁଣେ।
ମୋ ଆଲୋକେ ତୁମେ ହୋଇ ଯେ କିରଣ...
ସ୍ବପ୍ନ ସିଦ୍ଧି ପାଇଁ କରିବି ସେ ଅମୃତ ସ୍ବାଦନ।
ହେ...
ସ୍ବପ୍ନ ସୁନ୍ଦରୀ...!!!
କାବ୍ୟ ରାଣୀ....!!!
କରେ ଆମନ୍ତ୍ରଣ...
ଆହା ମୋ ଜୀବନ...!!!!
ଚାଲିଛି, ଚାଲିବି ମୁଁ ଆମରଣ
କରି ତୁମ ଆଲେଖ୍ୟ ଦର୍ଶନ।
ଜୀବନର ମାହେନ୍ଦ୍ର ମୁହୁର୍ତ୍ତେ....
କରି ପ୍ରେମ ନିବେଦନ
ମଉନର ମହାମନ୍ତ୍ର ପାଶେ
ମୁଖରିତ ହବ ଆମ ନାଦଶ୍ରୀ ତନ ମନ।।।।
Comments
Post a Comment