ଦୁଃଖନାଶନ ହେ....
ମୋ ପାଇଁ ମାଗୁନି କିଛିରେ....
ମାଗୁଛି କେବଳ ତୋ ଅଭୟ ବର
ଜଗତର ହିତ ପାଇଁରେ......
ଲକ୍ଷ ଜୋଜନ ରୁ ଗଜ ଡାକ ସତେ
ପଡ଼ିଲା ତୋ କର୍ଣ୍ଣ ଗହ୍ବରେ.....
ଚକ୍ର ପେଶି ନାଶ କଲୁ ପାପି ନକ୍ର
ଉଦ୍ଧାରିଲୁ ତାକୁ ଆତୁରେ.....
ହାହା କାର ଜଗ ବିକଳେ ଡାକୁଛି
ବନ୍ଧା କରୋନାର ଜଂଜିରେ....
ଚକା ଚକା ଆଖି ଚାହିଁ ଦେଲେ ଥରେ
ଭସ୍ମ ହୋଇବ ଯିବ ଅଚିରେ....
ଆର୍ତ୍ତ ତ୍ରାଣ କର୍ତ୍ତା ସୁନାମିଛୁ ତୁହି
ଅନାଦି କାଳରୁ ମହୀରେ....
ଏବେ କାହିଁ କୁହ ପାଷାଣ ହୋଇଛୁ
ବସିଅଛୁ ଗୁରୁ ଗମ୍ଭୀରେ।
ଆଉ ମୁଁ ସଂସାରେ କାହାକୁ କିଁପାଇ
ଡାକିବି ଭକତି ରସରେ....
ତୋର ବିନା ବା କେ'ଅଛି ଯେ ଦୟାଳୁ
ତୁ ହିଁ ତ ସତ୍ୟ ସୁଖ ମହୀରେ.....
ତୋ ଶକତି, ମହିମା, ଅପାର ଗାରିମା
ରଚୟିତା ତୁତ ନିଜେରେ....
ତୁହି ଆଦିଅନ୍ତ , ହେ...ବିଶ୍ବ ନିୟନ୍ତା,
ସକଳ ଜୀବ ତୋ ଆଶ୍ରା ରେ।
Comments
Post a Comment