*ଅବ୍ୟକ୍ତ*
କଣ ଅଛି ଏଇ ପୃଥିବୀ ରେ....
ତାର ନୀଳ ଆକାଶ ରେ...
ତା'ର ସୂର୍ଯ୍ୟ ରେ....
ଅବା ତା'ର ଚନ୍ଦ୍ର ରେ....
ତୁମରି ଆଗମନରେ ହସି ଉଠିଥିଲା ଏଇ ମାଟି ମା'ର କୋଳ...
ଏଇ ବନ୍ଦେ ଉତ୍କଳ....।।।
କୋଉ ମାଙ୍ଗଳିକ ଲଗ୍ନେ ଜନ୍ମିଲ ହେ କବିବର...!!!
ଲେଖକ ପ୍ରବର....!!!
ଅମାବାସ୍ୟା ରାତିରେ ବି ଖେଳିଗଲା
ଜୋଛନାର ପାରବାର।
ଉତ୍କଳ ସାହିତ୍ୟ ଆକାଶେ ଉଦିଲ ହେ ନବ ରବି ସମ,
ତୁମ ଶାଶ୍ଵତ ଲେଖନୀର କାଉଁରିଆ ସ୍ପର୍ଶେ
କିଣିନେଲ ଉତ୍କଳର ତନ ମନ ଧର୍ମ।
ମୁଖେ ତବ ମୃଦୁ ମୃଦୁ ହାସେ
ମଧୁ ଗନ୍ଧା ସ୍ଵଳ୍ପ ସ୍ବଳ୍ପ ଭାଷେ
ଝରାଇଲ ଅମୃତର ଝର
ମନ୍ଥିଲ ଜ୍ଞାନ ର ଭଣ୍ଡାର।
ଶଦ୍ଦ ବାଣର ଅଙ୍କୁଶେ
ଉତ୍କଳ ର ଶୀର୍ଣ୍ଣ କପାଳେ
ପିନ୍ଧାଇଲ ଗୌରବ ର ଟୀକା...
ମଉଳା ଫୁଲର ସୁପ୍ତ ଶଯ୍ୟା ରେ ଖଞ୍ଜିଦେଲ କାବ୍ୟ କୁସୁମର ଶଙ୍ଖା।
ବାଣୀ ପୂଜା କରିଥିଲ
ଧରି ହାତେ ନମ୍ର ଅର୍ଘ୍ୟଥାଳୀ
ହେ କାବ୍ୟିକ ପୁରୁଷ....!!!
ଉତ୍କଳ ସାହିତ୍ୟ ନିଳୟେ ଫୁଟାଇଛ କବିତାର ପ୍ରସ୍ଫୁଠିତ କଳି,ସାହିତ୍ୟ, ଉପନ୍ୟାସ।
'ଜୀବନ ର ସ୍ବାଦ' ଦେଇ 'ଶେଷ ବସନ୍ତର ଚିଠି' ଖଞ୍ଜିଦେଲ 'ଭିନ୍ନ ମଣିଷ' ହୋଇ...
'ଧୁମ୍ରାଭ ଦିଗନ୍ତ' ରେ 'ଶତାଦ୍ଦୀ ର ଆର୍ତ୍ତନାଦ' ଶୁଭୁଛି ଆଜି ଅହରହ 'ସମୁଦ୍ର ର କ୍ଷୁଧା' ହୋଇ।
'ଆକାଶର ଇଶାରା'ରେ 'ଗୋଧୂଳି ବାଘ' ଆଜି ସାଜିଛି 'ଆରଣ୍ୟକ' ।
'ତନ୍ଦ୍ରା ଲୋକର ପ୍ରହରୀ' ଆଜି 'ବିଷ କନ୍ୟା ର କାହାଣୀ' ନେଇ ଭରି ଦେଇଛି ଅପୂର୍ବ ପୁଲକ।
ହେ ଯୋଗଜନ୍ମା ସାରସ୍ବତ ସାଧକ....
'ଅମୃତର ଫଳ' ବାଢି
ବଦଳେଇ ଦେଲ ଏଠାର ଠିକଣା....
'ଅରଣ୍ୟ ଉଲ୍ଲାସ', ଲକ୍ଷ୍ମୀ ଅଭିସାର,
'ଆଲୋକ ଓ ଆନନ୍ଦ"କାହାଣୀ ରଚି
ବାଛି ନେଲ ଶାନ୍ତି ର ଅଗଣା।।
ଛାଡିଛ ଘଟ ଓ ଘାଟ
ଏ.. ତ.....
ବିଡମ୍ବନା ନିୟମ ର...
କାବ୍ଯ, ସାହିତ୍ୟ , କାହାଣୀ, ଉପନ୍ୟାସେ ଜୀବନ୍ତ ଶଦ୍ଦେ
ଆଜି ତୁମେ ଯେ ଅମର।
ଭାଲ ପାଟ ,ବିଜୟ ତିଳକ ଦେଇ
କରେ ଉତ୍କଳ ନମସ୍କାର....
ହେ "ମନୋଜ ଦାସ" ବରପୁତ୍ର
ମୃତ୍ୟୁ ଯାର ଲେଖିଗଲା ଜନନ ପତ୍ରିକା ନିଜ ଜୀବନର।
ଜ୍ଞାନ ର ପ୍ରତିକ ହେ ମହା ମାନବ.....
ନିରପେକ୍ଷ ଶଦ୍ଦ ଅଙ୍କୁଶେ ଭରି ଦେଇଛ ଫୁଲର ଆଶୀଷ ...
ଅଲିଭା ତବ କୀର୍ତ୍ତି
ଅଲିଭା ତୁମ ଯଶ....
ସଦା ନମସ୍ୟ ହେ କାବ୍ୟିକ ଯୋଗ ପୁରୁଷ।
*ମିନାକ୍ଷୀ ଦ୍ବିବେଦୀ*
*ନିୟୁ ଦିଲ୍ଲୀ*
Comments
Post a Comment