ଅଭୀପ୍ସା.....
ଦେଇଦେବି ....
ସବୁ ଦେଇଦେବି
ଯାହା ମୁଁ ଯତନେ ସାଇତି ରଖିଛି
ଯୁଗ ଯୁଗ କାଳ କାଳ ଧରି....
ଦେଇଦେବି ସବୁ ସୁଗନ୍ଧ...
ପବନ କୁ ଫୁଲ ଦେଲା ପରି
କୁଆଁରୀ ମନର ସବୁ ସ୍ବପ୍ନ, ସବୁ ଲଜ୍ଜା
ଦୁଇହାତ ଟେକି ଦେଇଦେବି....
ଥରୁଟିଏ ତ ତମେ ଡାକିଦିଅ
ତୁମ ବଂଶୀସୁରେ ମୋର ନାମ ନେଇ...
କଳ କଳ ଛଳଛଳ ହୋଇ ବହିଯିବି.....
ନଦୀ ହୋଇ
ତୁମ ମନ ସାଗରେ ମିଶିଯିବି....
ଅଭୀସ୍ପତା ଶଦ୍ଦ ଟିଏ ହୋଇ
ରହିଯିବି ତୁମ ବେଣୁ ରନ୍ଧ୍ରେ,
ଶରତ, ବସନ୍ତ ରାତିରେ ଗାଇବାକୁ ଗୀତି....
ହେବି ରାଧା ରାଈ, କି ମୀରା, କି ରୁକ୍ମିଣୀ ହେବି ପ୍ରୀତିଲଗ୍ନା ଅବା ବିଭାବରୀ।
ଥରୁଟିଏ ତ ତୁମେ ଚାହିଁ ଦିଅ ଶ୍ୟାମ
ଭରିଦେବି ଅନ୍ତଃପୁର
କୁଳୁ କୁଳୁ ତାନେ, ରୁଣୁଝୁଣୁ ଶଦ୍ଦେ
ମୋ ନିରବ ସ୍ପର୍ଶେ ଅନ୍ତଃସତ୍ବ ହେବ ସଶଦ୍ଦ ସୁନ୍ଦରୀ...
ପାଇ ମୋର ପ୍ରେମ ସୁଧା
ଉର୍ଣ୍ଣନାଭ ର ଲତାୟିତ ଜାଲେ,
ପ୍ରଭାତ ଆଲୋକେ, ଅବା ଧୂସର ପ୍ରଦୋଷେ,
ଚନ୍ଦ୍ରାଲୋକେ ଅବା ଅମା ଅନ୍ଧକାରେ
ଆନନ୍ଦ ନନ୍ଦନେ
ଫୁଟାଇବି ପ୍ରୀତି ପାରିଜାତ,
ମାନସରେ ସୁତ୍ରୀଭ ସୌରଭ.....
କରି ଆତ୍ମ ନିବେସନ..
ଥରୁଟିଏ ତ ଖାଲି ଦେଖିଦିଅ
ଥରୁଟିଏ ତ ଖାଲି ଡାକିଦିଅ ମୋ ନାମ ନେଇ....
Comments
Post a Comment