ଜଗା ହାତରେ ସମସ୍ତ ଙ୍କ ପଘା
ଜାଣିଛି ତ ଏ ସାରା ଜଗତ,
କରୋନା ର ପଘା ପାରୁନୁ କି ଧରି ବୁଡାଉଛୁ ତୋର ମହତ।
ସର୍ବ ଶକ୍ତିମାନ,ସର୍ବ ବିଦ୍ୟମାନ ବୋଲି
ଉଡାଉଛୁ ତୋର ନେତ,
ଅନ୍ଧାରି ଗହ୍ବରେ ଲୁଚି ବସିଅଛୁ
କରୋନା କୁ ହୋଇ ଭୀତ।
ବଡ଼ଦାଣ୍ଡ ତୋର
ଚହଳ ଶୁଭୁନି
ବଡ଼ ଦେଉଳ ଆଜି ଶାନ୍ତ,
ଭକତ ବିହୁନେ କି
ଖୁସି ଅଛୁ ତୁହି
ନିଷ୍ଠୁର ହେଲୁ ତୁ କେମନ୍ତ।
ଯାହା ତୁ ଚାହିଁବୁ ତାହା ତୁ କରିବୁ
ତୁ ପରା ଜଗତ ନାଥ
ଅନ୍ଧାରି ସଂସାର ର ଅଟୁ ବତିଘର
ଭରି ଦେ ତୋ ଦିବ୍ୟ ଜ୍ୟୋତ।
ପାପ ନାଶନ ପାଇଁ
ଧରା ବୁକୁରେ ଭିନ୍ନ ରୂପେ ହଉ ଜାତ,
ଆସିଯା ଆସିଯା
ଆହେ ଦୟାମୟ
ଭୂତାଣୁ ର କର ହତ।
Comments
Post a Comment