ଆଲୋ ବିବି...
ମୁଁ ତୋର ସତ୍ୟବାନ୍ ତୁ ମୋର ସାବି,
ତୋ ହାତେ ପରା ଧରି ରଖିଛୁ ମୋ ଜୀବନ ଚାବି,
ତୁ କହିଲେ ଶହେଥର ବସଉଠୁ ହେବି,
ତୁ ମୋର ପ୍ୟାରୀ ପ୍ୟାରୀ ବିବି।
ସୁନେଲି ସକାଳ ତୁ
ରାତ୍ରେ ତନ୍ଦ୍ରାଦେବୀ,
ତୁ ମୋର ରମ୍ଭା, ମେନକା,ଉର୍ବି,
ମୋ ଜୀବନର ପ୍ରୀତି ସୁରମ୍ୟ କବୀ,
ତୋ ହାତେ ପରା ମୋ ଜୀବନ ଚାବି।
ସପନ ସୁନ୍ଦରୀ ତୁ ଲାସ୍ୟମୟୀ ଦେବୀ,
ସୁଲସୁଲିଆ ଫୁସୁଲା ହସ ରୂପ ତୋ ମାୟାବୀ,
ଯମ ଦେବେ ପଛଘୁଞ୍ଚା ଦେଖି ତୋ ରୁଦ୍ର ଛବି,
ଚିତ୍ରଗୁପ୍ତ କଷୁଥିବେ
ଅଙ୍କ ଭାବି ଭାବି,
ଭଗେଇ ଦବୁ ତାଙ୍କୁ ରାବି ରାବି
ତୁ ମୋର ମହୁଲ ନଶା, ଶରାବି,
ତୋ ହାତେ ପରା ମୋ ଜୀବନ ଚାବି।
ପାଟ ,ସୁନା ଦେହେ ମଣ୍ଡି ଦେବି,
ଆଲୋ ଫୁଲେଇ, ଗେଲେଇ ପ୍ରୀୟା ସାବି,
ତତେ ମୁଣ୍ଡରେ ଟେକି ଧରିଥିବି,
ନିଇତି ନିଇତି ହୋଟେଲେ ଖୁଆଇବି,
ଉଡାଜାହାଜେ ଦୁନିଆ ବୁଲେଇବି,
ତୋ ଚରଣେ ଶରଣ ପଶିବି,
ମୁଁ ତୋର ସତ୍ୟବାନ୍
ତୁ ମୋର ସାବି,
ତୋ ହାତେ ପରା ମୋ ଜୀବନ ଚାବି।
Comments
Post a Comment