*ଆମ ରଜ*
ରଜ.....
ରଜ.....
ରଜ.....
ବନସ୍ତେ ଡାକୁନି ଗଜ,
ବରଷକେ ଥରେ କିନ୍ତୁ ଆସୁଛି ରଜ,
କରୋନା ସହ ହୋଇ ନୂଆ ସଜବାଜ,
କହ ଲୋ ଗୋରୀ....
କେମିତି କରିବୁ ମଉଜ।
କୁଆଁରୀ ଆଖିର ମିଠା ସପନ,
ଅଗଣା,ଦାଣ୍ଡେ ତା ରୁଣୁ ଝୁଣୁ ସ୍ବନ,
ସଜବାଜ ଗଲା ଚୁଲି କି ଜାଣ,
କରୋନା ଆଣିଲା କାହୁଁ ଦୁର୍ଦ୍ଦିନ,
କହ ଲୋ ଗୋରୀ....
କେମିତି କରିବୁ ରଜ ମିଳନ..???
ନାହିଁତ ବର ଓହଳ
ବନ୍ଧା ହେଉନାହିଁ ଆଉ ରଜର ଦୋଳ,
ଘରେ ଲାଗିଲାଣି ବେତର ଝୁଲ,
ସ୍ଟାଟଶ ହୋଇଲା କାଳ,
କହ ଲୋ ଗୋରୀ....
କ'ଣ ବୁଝିବୁ ରଜ ଖେଳ???
ଆଉ ନାହିଁ ଭିଟାମାଟି କାନ୍ଥ,
ଗୋବର ଲିପା ଆଉ ଝୋଟି ସହିତ,
କାଠ ଚୁଲି ହେଲା ସପନ ସାତ,
କହ ଲୋ ଗୋରୀ....
ଚୁଲି ପୋଡପିଠା କ'ଣ ଜାଣିବୁ ତୁ ତ ।
ଭୁଲି ତାସ, କଉଡ଼ି, ଲୁଡୋ ପାନ ଖିଆ,
ମଲ,ସିନେମାରେ ଆଗେ ହେଲେ ଠିଆ,
ହଜିଲା ପରମ୍ପରା ଭାଷା ଓଡ଼ିଆ,
ଲୁଚିଗଲା ସଭ୍ୟତା ସବୁ ମୂଳଦୁଆ
କହ ଲୋ ଗୋରୀ....
ଏ... କି ଦୁନିଆ...
କରିଲା ସଭିଙ୍କୁ କିମିଆଁ।
*ସମସ୍ତ ଙ୍କୁ ମୋର ହାପି ରଜ*
*କର ସବୁ ରଜ ମଉଜ*
😍
Comments
Post a Comment