*🙏🏻ଚିତ୍ରପଟ୍ଟ🙏🏻*
ତୁମର ଫୁଲ ଫୁଟା ମୁହଁ ରେ....
ମୁକ୍ତା ପରି ଦାନ୍ତ ରେ
ଶାନ୍ତ ସୁନ୍ଦର ହସରେ...
ହସି ଉଠୁଥିଲା....
ଆମ ପିଲାଦିନ ଧୂଳି ଧୁସର ଖେଳ।
ଜହ୍ନ ଭି ତୁମ ହସ ରେ ମୁରୁକି ହସା ଦଉଥିଲା...
ତୁମ ହସ ରେ ଥିଲା ନନା
ନିର୍ବାଣର ସ୍ବପ୍ନ।
ବ୍ରହ୍ମମୁହୂର୍ତ୍ତ ରୁ ସ୍ନାନ ତର୍ପଣ
ଗୀତାପାଠ...
ସୂର୍ଯ୍ୟ ନମସ୍କାର...
ପାଣି ଆଞ୍ଜୁଳା...
ହନୁମାନ ଚାଳିଶା ମିଶି ଯାଉଥିଲା ମୋ ମିଠା ମିଠା ସକାଳ ର ନିଦ ରେ....
ଆଜି ସବୁ ପାଲଟିଛି ସ୍ବପ୍ନ।
ଆକାଶ ପରି ବିଶାଳ ହୃଦୟ,
ଶୀତଳ ସ୍ମିତ ହସ,
ଫୁଲଝରି ଦୀପଶିଖା ଠାରୁ
ତେଜିୟାନ ମୁହଁ,
ପଦୁଟିଏ ନ ଥାଏ ଆକଟ
ତଥାପି ବୁଝିହେଇ ଯାଏ
ତୁମ ଅନ୍ତର ଭାଷା ମୋଟ।
ଶିଖେଇଥିଲ ଆମକୁ...
ଟାଣ ଖରା ରେ ସିଝିବା....
ବର୍ଷା ରେ ଭିଜିବା...
ଦୁଃଖ ରେ ସହିବା....
ଖୁସି ରେ ନିର୍ବିକାର ରହିବା....
ସ୍ବର୍ଗ ସ୍ବରୁପ ମନରେ
କ'ଣ ଯେ ଥିଲା...!!!
ବନିଗଲ ଆଜି ନନା ତୁମେ ଚିତ୍ରପଟ୍ଟ।
ଦାଣ୍ଡ ଅଗଣା ବାଡି
ମଲ୍ଲି ମନ୍ଦାର କନିଅରି
ପୁଅ ବୋହୁ ଝିଅ ଯୋଇଁ
ନାତି ନାତୁଣୀ....
ଝୁରୁଛନ୍ତି ନନା ତୁମ ପାଇଁ।
ଯେମିତି ଲାଗୁଛି ନନା ମୋ ପାଖେ ପାଖେ ଅଛ,
ମୋ କର୍ମରେ, ଧର୍ମ ରେ ମୋ ନୀତି,ଗତି ରେ ମତେ ପ୍ରେରଣା ଦଉଛ।
କହିଥିଲ ଦିନେ ମତେ ତୁ ଲେଖିବୁ ଭଲ,
ନନା ଦେଖ ତୁମ ପ୍ରୋତ୍ସାହନ ମତେ ଆଜି ନେଇଯାଇଛି କେତେ ଯେ ଦୂର।
ଆଜି କ'ଣ ଆଉ ସେ
କଅଁଳ ଶୀତଳ ଛାୟା ଦେବନି?
ଭଲ ମନ୍ଦ ଆଉ ପଚାରିବନି?
ଆଜି ତୁମେ ବହୁ ଦୂରରେ...
ମୋହ ମାୟା ରାଗ ଅଭିମାନ ର ବହୁ ଉର୍ଦ୍ଧ୍ବ ରେ....
ନିଷ୍ଠୁର ହୋଇଗଲୁ ନନା ଆମେ...
ସମର୍ପି ଦେଲୁ ଅଗ୍ନି ଦେବତାଙ୍କ ପାଖରେ
ପୁରୀର ସେଇ ଓଦା ଓଦା ବାଲି ରେ....
ଆଜି ତୁମେ ଅପହଞ୍ଚ ଦୂରତା ରେ...
ପୂର୍ବ ପୁରୁଷ ମେଳରେ...
ଏକ ନୂତନ ବାତା ବରଣ ରେ.....
ରହି ଯାଇଛି କେବଳ ତୁମ ନିଃଷ୍କପଟ ଚିତ୍ରପଟ୍ଟ ଆମର ବିଦଗ୍ଧ
ହୃଦୟ ରେ ....
ଆମର ଭିଜା ଭିଜା ଅଶ୍ରୁରେ...
ଆମର ଅନ୍ତରର କୋହରେ....
।।।।
🙏🏻🙏🏻🙏🏻🙏🏻🙏🏻🙏🏻 *ମିନାକ୍ଷୀ*
Comments
Post a Comment