ତୁମ ନୟନର ପ୍ରେମର ଆବେଗ
ଉଛୁଳା ପ୍ରୀତିର ନଈ
ତୁମ ଛାତିର ଉଷୁମ ବିଶ୍ବାସ
ଅନ୍ତର ଗୋପନେ କହି
ମନ ହଜିଯାଏ ଦୂର ଚକ୍ରବାଳେ
ମଉନେ ବୁଜଇ ପଲକ
ତୁମର ସ୍ବରୁପ ନିନ୍ୟାନ୍ଦନ ରୂପ
ହୃଦେ ମୋ ଜାଗଇ ପୁଲକ
କର୍ଣ୍ଣେ ମୋ ଶୁଣାଅ ପ୍ରେମର ବାରତା
ଅପୂର୍ବ ମହକେ ଶିହରି
ଘନ କୁଣ୍ଡଳ ମଧୁର ବସନ୍ତ
ଝିଲିମିଲି ଫୁଲଝରି
ତୁମ ପଦ ଚିହ୍ନେ ମୁହିଁ ଯେ ଚାଲଇ
ମାଥେ ଥାପି ପଦ ରେଣୁକା
ତୁମ କର୍ମ ମୋ ଦେହରେ ଭିଜାଏ
ଜୀବନର ସ୍ବାଦ କଣିକା
ତୁମେ ମୋର ସେଇ ଆନନ୍ଦର ଜ୍ୟୋତି
ଦେହୀ ଦୀପେ ଜାଳି ସଳିତା
ଅମୃତ ଫଳର ବାଖ୍ୟାନ କରୁଛି
ହୋଇ ତୁମ ଚୀର ଅନୁଗତା
ତୁମ ହାସ୍ୟେ ଝରାଏ ମୋ ଓଠୁ
ପ୍ରଣୟ ସ୍ବର୍ଗୀୟ ଗୌରବ
ତୁମ କର ତଳେ ଚହଟାଏ ମନ
ହୃଦୟେ ସକଳ ସୌରଭ
ନିରାଶାର ପଥେ ମହକାଇ ଦିଅ
ଦୁର୍ବା ଶତଦଳ ଆଶା
ଭଂଗୁର ମନରେ ପଲ୍ଲବିତ କର
ଦିବ୍ୟ ଝଂକାରର ପ୍ରତ୍ୟାଶା
ମୋ ଭିତରେ ମୁଁ ପାଇଛି ତୁମକୁ
ଏଥି କି’ବା ଅଛି ବ୍ୟବଧାନ:
ପ୍ରୀତି ମଳୟର ନିତ୍ୟ ଆବର୍ତ୍ତନେ
ଦୁଃଖର ସଦା ଅବସାନ।
—————-୦—————୦—————-
Comments
Post a Comment