ଆହେ ତୁମେ ଅଗଷ୍ଟ ପନ୍ଦର
ଆସୁଅଛ ସବୁ ବର୍ଷ
ଦେଖେଇ ସ୍ବାଧୀନତାର ମାନ
ଗାନ୍ଧୀ ନେହେରୁ ଙ୍କ ଅଭୂଲା ପ୍ରେମ
ବର୍ଷ ବର୍ଷ ଇତିହାସ ଧରି ଗଢୁଛ ନୂଆ ସୋପାନ।
ଜାତି ଧର୍ମ ଏକତାର ପାଠ
ପଢାଇଛ ତୁମେ ଦିବା ରାତ୍ର
କିନ୍ତୁ ନିଷ୍ପେସିତ ଶୋଣିତ ଶରୀର
ମରିଚିକା ଆଶାକଇଁ ତଳେ
ସହୁଅଛି ନିର୍ଯ୍ୟାତନାର ଭାର।
ଆଜି ସିନା ଦେଶ ସ୍ବାଧୀନ
ତଥାପି ଛଳନା ବନ୍ୟାରେ ପ୍ଲାବନ
ବୁଭୁକ୍ଷିତ ଆପେକ୍ଷିତ କୃଷି
ଆତ୍ମହତ୍ୟା କରେ
ହୋଇ କିନ୍ତୁ ଉପାୟ ହୀନ।
ଉତ୍ତପ୍ତ ରକ୍ତ ରେ ଗଢା
ଆମର ଏ ଆସେଂମ୍ଳି ଭବନ
ଚାଲିଥାଏ ଖାଲି ଶୋଷଣ ଭାଷଣ
ଦେଶ ଜନ ହିତ ପାଇଁ
ଦେଖାନ୍ତି ସ୍ବାଧୀନତା ର ପଣ।
କପାଳରେ ବିଭୁତି କୁ ମାରି
ଖାଦି ବସ୍ତ୍ର ପରିଧାନ କରି
ଦେଇଥାନ୍ତି ଆଶ୍ବାସନାର ବାଣୀ
ଦୁଃଖ ସବୁ ଆମେ ନବୁ କିଣି।
ମାନ୍ୟବର ନେତା ଶିଳ୍ପପତି
କିଣି ନ୍ୟନ୍ତି ଜନତା ବିଶ୍ବାସ
ଢାଳିଦେଇ ସୁବର୍ଣ୍ଣ କଳସ
ଫୁଟାଇବେ ସତେ ଧାରେ ମୁଖେ ହସ।
ଗଢ଼ି କୁଟୀର ,ମେଢ ଓ ମଣ୍ଡପ
ଭାଷଣ ବର୍ଷୁଥାନ୍ତି ନିତ୍ୟ
ସତେ ଦେଇ ଭୂମି ଅଧିକାର
କେହି ନୁହେଁ ମାଲିକ ଓ ଭୃତ୍ୟ।
ପାଟ ପଟୁଆର ନେଇ ଯେ ସହରେ
କେତନତ ଉଡାନ୍ତି ମୋଟରେ
ଭରସାର ବୀଜ ବୁଣି ସଧୀରେ
ଜିତିଥାନ୍ତି ଅଧିକ ଭୋଟରେ।
ମମତାର ଆଞ୍ଚଳ ବିଛାଇ
ଜୋଡ ହସ୍ତେ ଦାଣ୍ଡେ ଉଭାହୋଇ
କଣ୍ଠ ତାଙ୍କ ବାଜଇ ଆହୁଲା
ପାଲଟନ୍ତି ଜଗତ ଗୋସାଇଁ।
ଶୁଣ ହେ ଅଗଷ୍ଟ ପନ୍ଦର
ଦେଖ ବାରେ ମଣିଷର କାଳ
ଆକାଶ ନୟନ ପଲକେ
ଚନ୍ଦ୍ରତାରା ହ୍ୟୁନ୍ତି ଟଳମଳ।
ପିନ୍ଧିବାକୁ ମିଳୁନାହିଁ କିନ୍ତୁ
ଜୀରା ଶିରା ଲୁଗା ତନ୍ତି ବୁଣା
ତଥାପି ଆମେ ଯେ ସ୍ବାଧୀନ
ନ ଥାଉ ଗରୀବ ପେଟରେ ଯେ ଦାନା।
କୁହହେ ଅଗଷ୍ଟ ପନ୍ଦର
ଫେରାଇବ କି ଗାନ୍ଧୀ ବାଦି ସୁର
ଜନତାର ଅଧା ପେଟ ପୁରୁ
ଅବସାନ ହଉ ତା ଶୋକ ଭୋକ ଭାର।
ଆହେ ଆହେ ଅଗଷ୍ଟ ପନ୍ଦର
ଘେନ ମୋର ଅର୍ଘ୍ୟ ର ପୁଲକ
ତୁମର ସେଇ ମାଟି ମା ବକ୍ଷ ପରେ
ମିଟିଯାଉ ଗରୀବର ଦୁଃଖ।
Comments
Post a Comment