ଆମେ ଜାଣିଛେ ଆଗରୁ ଚିଠି ଗୋଟେ ସାଧନ ଥିଲା
ସେଇ ଚିଠି ମାଧ୍ୟମରେ ସମସ୍ତେ ନିଜ ନିଜର ଦୁଃଖ ସୁଖ ଭଲ ମନ୍ଦ ପ୍ରକାଶ କରି ପାରୁଥିଲେ
ସେଇ ସମୟରେ ଗୋଟେ ଦୁଃଖିଆରି ସ୍ତ୍ରୀ ତା ଯବାନ ସ୍ବାମି ଯିଏ କି ଦେଶ ରକ୍ଷା ପାଇଁ କୋଉ ଦୂର, ଅକିଞ୍ଚନ ଯାଗାରେ ଅଛନ୍ତି
ତା ପାଖକୁ ତା ସ୍ତ୍ରୀ କେମିତି ନିଜର ଭାବ ପ୍ରକାଶ କରୁଛି ଚିଠି ମାଧ୍ୟମରେ
ତାରି ଉପରେ ମୋର କବିତା
*ଶେଷ ଚିଠି*
ମୋ କବିତାର ଶୀର୍ଷକ ହେଲା *ଶେଷ ଚିଠି*
*.....ଶେଷଚିଠି ....*
ମତେ ଜଣା ନାହିଁ
କାହିଁକି ମୋ ଶଦ୍ଦଙ୍କ ଭିତରେ ଘୋର ଅନ୍ଧକାର ଆଜି
ଜଣାନାହିଁ କୋଉ ଉଚ୍ଚକିତ ଶବ୍ଦ ଲିପି
ଯେଉଁଥିରେ କାବ୍ୟ କବିତା ଲେଖା ହୁଏ
ତାକୁ ନେଇ ଲେଖିବି ମୋ ଶେଷ ଚିଠି
ଶବ୍ଦ ଆଜି ଦିଗହରା, ଟଳମଳ
ନିର୍ଲିପ୍ତ ଆକାଶରେ ଭୀରୁତା ର ଭୟ
ଜାଣି ପାରେନା ମୁଁ ବିବେକର ଭାଷା
ଆତ୍ମା ଡାକେ ରକ୍ତ ମାଂସ ଶରୀର କୁ
ଜାଣେନା ଆଲୁଅ ଆଜି କୋଉଠି ଶୁଏ
ଟିକି ଟିକି ବାୟା ଚଢ଼େଇ ବସାରେକି
ଗହଳ ପତ୍ର ର ଶବୁଜ ମୁକୁଟରେ
ନା ତୁମ ପ୍ରେମର ପ୍ରଥମ ସଜଡ଼ା ଚିଠିରେ
ମୁଁ କିନ୍ତୁ ମୋ ଶବ୍ଦ ରେ ଚିରକାଳ ମିଶିଯାଏ
ଲେଖିବାକୁ ଅନ୍ତରର କୋହ ଭରା ଚିଠିଟିଏ।
ଲାଗେ ସତେ କୋଉ ଉପରାନ୍ତ ଗ୍ରହ ରୁ ମୁଁ ଚାଲି ଆସିଛି
ଅଛି ଅଜସ୍ର କାମନା, ଦୁଃଖଙ୍କର ତୀବ୍ର କୋଳାହଳ
ଏକ ସୀମା ହୀନ ଅଶାନ୍ତି ର ଗୁଣୁ ଗୁଣୁ ସ୍ମୃତି ସକାଳକୁ ଛୁଇଁ ଅନ୍ଧାର ଆଲୁଅ କୁ ବିଲୀନ କରିଛି।
ଭୟ ମୋର ଛୋଟ ଆଲିଙ୍ଗନ ଟିଏ
ଦେଖୁଥାଏ,ଚାଲୁଥାଏ
ପାଖେ ପାଖେ ରହିଥାଏ।
ହାତ ଉଠେନି
ଶକ୍ତିହୀନ ଆତଙ୍କିତା ମନ ଶବ୍ଦକୁ ପୁଣି ସାଉଁଟିବାକୁ ଚେଷ୍ଟା କରେ
ନିରବତା ମୁଣ୍ଡ ବୁଲାଇ ପଛକୁ ଅନାଏ
ନିଜକୁ କବି ଭାବି ଖୋଜିବୁଲେ ଅନ୍ଧାର ରେ
ପାଏ ନାହିଁ ମୋଟ
ତଥାପି ଧରେ କାଗଜ ଖଣ୍ଡେ
ଲେଖିବାକୁ ମନର ଭାବନା
ମାଟି ମା'ର ରକ୍ଷା ପାଇଁ ତୁମେ ସିନା କର୍ତ୍ତବ୍ୟ ରତ
ପଦ୍ମ ପତ୍ରରେ ଜୀବନ କୁ ତୋଳି ଧରିଛ
କିନ୍ତୁ ଏଇ ଘଡ଼ିସନ୍ଧି ମୁହୁର୍ତ୍ତରେ ବଳି ପଡ଼ିଛି ମୋର ସ୍ତ୍ରୀତ୍ବ...
ବୁଝି ପାରିନ ମୋ ଅସହାୟ ଯନ୍ତ୍ରଣା
ମରୀଚିକା ମୋର ଗଡିଆସେ ପାହାଡ଼ର ସବୁ ଗଡାଣିରୁ
ମୋ ହୃଦୟ ର ବଣୁଆ ଜାଗାରେ
ତୁମ ଉଦୟ ପାଇଁ ପ୍ରତୀକ୍ଷା
ପ୍ରାର୍ଥନା ର ଆୟୁତ ସାଧନା
ଦୀର୍ଘ ରାତି ଅନ୍ଧାରି ଦୁଃଖ ର ପ୍ରଣୟେ ନିର୍ବାଣ ଖୋଜେ
ହୋଇ ମୁଁ ପୀଡ଼ିତ
ଅସୁମାରି ସ୍ମୃତି ବେଦନାର
ଜିକି ଜିକି ଅସଂଖ୍ୟ ଶଦ୍ଦଙ୍କ ସ୍ମୃତି ରେ
ଆଶା ନିରାଶା ସ୍ବପ୍ନରେ ମର୍ମାହତ
ରକ୍ତର ନାଲିଠୁ ଆହୁରି ନାଲି ଆହୁରି ଗଭୀର କରି ପଥର ପଞ୍ଜୁରୀ ରୁ ବିଦାୟ ନେଇ ଛୁଇଁ ଯାଅ ମତେ ବାରେ
ମୁଁ ପ୍ରେମିକା ତୁମ ଚିରନ୍ତନ।
ନିରୀହ ପଣ ର ଉଦାସୀ ସକାଳେ ଭାବିନବ
ମୋର ଏ ଶେଷ ଚିଠି ତୁମକୁ ମୋ ପ୍ରୀୟତମ।
Comments
Post a Comment