*ଅନ୍ତିମ ସ୍ଥଳ*
ବଂଶୀ ତା ସଂଜୁଆ ସ୍ବରରେ
ଫୁଟାଇଛି ଅନେକ ପଦ୍ମଫୁଲ
ଅସ୍ତଗାମୀ ବସନ୍ତ ପଶି ଆସିଛି ପୁଣି ତା ହୃଦୟ ଭିତରକୁ,
ପୂର୍ବ ଦିଗର ନାଲି ନାଲି କୁଙ୍କୁମ ବିନ୍ଦୁ ପ୍ରକଟିତ ହୋଇଛି
ନାଲି ଓଢ଼ଣା ତଳୁ, ଲାଜ ଲାଜ ମୁକ୍ତା ଭରା ହସ ହସୁଛି ସେଇ ଦୁଷ୍ଟ କୁମୁଦିନୀ।
ନିଆଁ ଲାଗିଛି ତା ମନରେ ତା ସାରା ଦେହରେ...
ଏ କଣ ବୟସର ପ୍ରେମ ଓ ବାସନା ନୁହଁ ତ??
କିନ୍ତୁ ଆଜି ଆଷାଢି ବର୍ଷାରେ ହଜି ଯାଇଛି ତା ଇନ୍ଦ୍ରଧନୁ ରଙ୍ଗ,
ନିର୍ଜିବ ଢେଉ ସ୍ବପ୍ନ ରେ
ଲିଭି ଯାଇଛି ଅନେକ ଅସ୍ତିତ୍ବ,
ଶୁଖିଲା ଥର ଥର ଓଠରେ ରିକ୍ତ ମନରେ ଭରି ଯାଇଛି ଅଜଣା ପୁଲକ,
ଆତ୍ମା ଖୋଜୁଛି ଆତ୍ମାକୁ....
ବୟସର ସାୟାଂହ୍ନ ରେ ଧିମେଇ ଯାଇଛି ସେ ବଂଶିସ୍ବର
ଅବାଞ୍ଛିତ କରି ଦେଇଛି ପରିଚିତ ସ୍ବର
ପ୍ରଶ୍ନ ଉପରେ ପ୍ରଶ୍ନ ର ଭାର,
କିଏ ତୁମେ....?
କାହାର ତୁମେ...?
କ୍ଷୋଭ ଓ ଯନ୍ତ୍ରଣା ଅନ୍ଧାର କୁ ଚୁନା ଚୁନା କରି ଦେଇଛି,
ବିସ୍ପୋରିତ ଆଖିରୁ ଝରି ପଡ଼ିଛି ଅନଳ ଓ ବର୍ଷାର ଝର...
ଯୋଉ ରଙ୍ଗ ତୁଳୀ ରେ ସଜେଇ ଥିଲା ତାର ପୁଷ୍ପବନ,
ଉଚ୍ଚାଟିତ ସ୍ନେହରେ ଅଥୟ ଆବେଗ ରେ ପାଉଁଶ ହୋଇ ଉଡି ଯାଇଛି ସମୁଦ୍ର କୁ।
ପ୍ରକମ୍ପିତ ଶବ୍ଦ ଅସୁମାରୀ ସ୍ମୃତି ବେଦନାରେ ଜୁଡୁ ବୁଡୁ ହୋଇ ଖୋଜି ବୁଲୁଛି
ଅନ୍ତିମ ସ୍ଥଳ ବଞ୍ଚି ରହିବାର କରୁଣ ନିଃଶ୍ୱାସ,
ଅମାବାସ୍ୟା ରାତ୍ରରେ ପୂର୍ଣ୍ଣିମା ଜହ୍ନର ଅପହଞ୍ଚ ବିଶ୍ବାସ।
Comments
Post a Comment