ନୁଆ ବରଷରେ ଗୃହିଣୀ କହିଲେ
ରୋଷେଇ କରିବି ନାହିଁ,
ବର୍ଷ ସାରା ମତେ କରିବାକୁ ହବ
ଲୋକ କଥା ଅଛି ତହିଁ।
ବଜାର ବୁଲିବା ସିନେମା ଦେଖିବା
ହୋଟେଲ କୁ ନବ ଖୋଇ,
ଚାକରାଣୀ ହୋଇ ଖଟୁଥିଲି ନିତି
ରାଣୀ ଆଜି ହେବି ମୁହିଁ।
ଗେଲେଇ, ବୁଲେଇ କହିଲି ହେ ପ୍ରୀୟା
କରୋନା ସାଧିଛି ଦାଉ,
ଆର ବରଷକୁ କରିବି ମୁଁ ସବୁ
ଏ ବରଷଟା ଟିକେ ଯାଉ।
କାନି ଗଣ୍ଠି ଦେଇ କହିଲେ ସଙ୍ଗିନୀ
ଆଜି କିଛି ଶୁଣିବିନି,
Zomato swiggy ରୁ ଅର୍ଡର କର ଯା
ଚିକନ ,ମଟନ ବିରିୟାନୀ।
ଧୀର ଧୀର କଣ୍ଠେ କହିଲି ହେ ସୁନ୍ଦରୀ
ପୁରୁଣା କାଳିଆ ମୁଁ ଲୋକ,
ଅର୍ଡର ଫର୍ଡର ଆସେ ନାହିଁ ମତେ
ଲାଗିଲାଣି କିନ୍ତୁ ଭୋକ।
ଗର ଗର ହୋଇ ଗମ୍ଭୀରେ ପଶିଲେ
ମୁହଁ କରି ଫଣ ଫଣ,
କାଳୀ ରୂପ ଦେଖି ଛନକା ପଶିଲା
ଧକ ଧକ ହେଲା ପ୍ରାଣ।
Whatsapp, fb ନିତି ଦେଖି ସେ ବିଗିଡି ଗଲାଣି ମୁଣ୍ଡ,
ସାହି ପଡିଶା ଙ୍କ ଉଦାହରଣ ଦେଇ
ବାଟୁଳି ବାଜୁନି ତୁଣ୍ଡ।
ପାଇକଛା ମାରି କରଚୁଲି ଧରି
ଚାଲିଲି ରୋଷେଇ ଘର,
ମାନଭଞ୍ଜନ ତ କରିବାକୁ ହବ
ତ୍ରାହି ନାହିଁ ଆଉ ମୋର।
Comments
Post a Comment