ମୁହଁ କୁ ଶୁଖେଇ ପାର୍ବତୀ କହିଲେ
ଶୁଣ ଆହେ ପତିଦେବ
ମନ୍ଦିର ଆସିବା ଭୁଲିଗଲେ ଭକ୍ତ
କରୋନା କୁ ଡରି ସର୍ବ।
ସକାଳୁ ଦୁଆର ଖୋଲି ମୁଁ ବସିଛି
ଆଜି ଶିବରାତ୍ରି ବୋଲି
ଭକତ ଙ୍କ କିନ୍ତୁ ଦରଶନ ନାହିଁ
ଗଲେଣି ଆମକୁ ଭୁଲି।
କ୍ଷୀର ,ଫଳମୂଳ,ଦହି ଛେନା ପଣା
ପାଇଥାନ୍ତୁ ଆଜି କେତେ।
ବରଷକ ପାଇଁ ସାଇତି ରଖନ୍ତି
ମନ ଭରିଥାନ୍ତା ତୃପ୍ତେ।
ଅନ୍ ଲାଇନ୍ ରେ ଯଦି ସେଏଣ୍ଡ କରନ୍ତେ
ଯେତେ ଭୋଗରାଗ ପାଉଣା
ଗଣିଆ, କାର୍ତ୍ତିକା ଦୁଇ ପୁଅ ମୋର
ମନ ନ କରନ୍ତେ ଉଣା।
ଫୁଙ୍କାଟିଏ ଧରି ଚୁଉପ ବସିଛ
ଘର କଥା ଟିକେ ବୁଝ
ପେଟଟା ହେଲାଣି ଆଉଟୁ ପାଉଟୁ
ପଡୁନାହିଁ କିଛି ହେଜ।
ଆହେ ଭୋଳାନାଥ କର ତୁମେ ସତ୍ୟ
କରୋନାକୁ ଦିଅ ଶୁଳି
ଜୀବନ ନହେଲେ ହେବ ବିଷମୟ
ଶରୀର ପଡ଼ିବ ଗଳି।
Comments
Post a Comment