ମାଟି ମା ଆଜି ହାତ ଠାରି ଡାକୁଛି
ତା ଶୁଖିଲା ହସରେ ଅନାୟୁତ ବିଶ୍ବାସ।
ସକାଳର ନିର୍ମଳ ହୃଦୟରେ ଗଙ୍ଗ ଶିଉଳିର ଶବକୁ ସଜେଇ ଦେଇଛି ଅତି ସନ୍ତର୍ପଣରେ ତା କୋଳରେ,
ଛିଟିକି ପଡ଼ିଥିବା ଦୁଇ ବୁନ୍ଦା ଅଶ୍ରୁରେ ପୁଣି ଅଙ୍କୁରିତ ହୋଇଛି ସତେଜ ନାଭି ମଣ୍ଡଳ ନୀଳ ଆକାଶ ପର୍ଯ୍ୟନ୍ତ।
କଅଁଳ ମନକୁ ନେଇ ଛାଡ଼ି ଦେଇଛି ଓଦା ଅଗଣାରେ
ଗଜୁରୁଥିବା ସଂଜ୍ଞା, ପ୍ରେମ,କୋପ ଲମ୍ବି ଯାଇଛି ସେ ଅନ୍ଧାରି ଗହ୍ବକୁ
ରଚିବାକୁ ଆଉ ଏକ ଅନ୍ଧାରି ଇତିହାସ ପୃଷ୍ଠା।
ସେଇ ମାଟିର ଅଧାଗଢ଼ା ପିତୁଳା ଟେ ସେ
ହାତ, ଗୋଡ଼, ଆଖି ସବୁ ଅଛି
ତଥାପି ନୀରବ ଦର୍ଶୀ
ଖରା ଓ ବର୍ଷା ର ଦ୍ବନ୍ଦ୍ବାତ୍ମକ ଲଢେଇ ଭିତରେ
ଭାସି ଆସୁଛି ତାର ଗୁପ୍ତ ବାସ୍ନା...
ଲୁକ୍କାୟିତ ଭିଜାମାଟି ରୁ ସ୍ତବ୍ଧ ଈଶ୍ବର ଆଜି ବିବଶ
କ୍ରୁଶବିଦ୍ଧ ଶରୀରରୁ ରକ୍ତାୟିତ ପୃଥିବୀ ରୁ ଉଙ୍କି ମାରୁଛି ସେ ଦୁଷ୍ଟ କଳାଜହ୍ନ,
ଅଙ୍କା ବଙ୍କା ରାସ୍ତା ଦେଇ ମେଲି ଯାଇଛି ସ୍ମୃତି ଡେଣା,
ଅପାରଗତା ପଣରେ ବଳି ପଡିଛି ତାର ଅସ୍ତିତ୍ବ,
ସେଇ ଅପ୍ରତ୍ୟାଶିତ ହିଂସାରେ ମାଟିକୁ ତୁହା କୁ ତୁହା ହତ୍ୟା କରୁଛି,
ତାର କୋହ କୋହ ସିଡି ରେ ଚଢି ଖୋଜୁଅଛି ସୂର୍ଯ୍ୟ।
ରଜସ୍ଵଳା ମାଟି ମଧୁକ୍ଷରା କୃଷ୍ଣ ଚୁଡ଼ା ରଙ୍ଗରେ ନୀଳ ମେଘ ମାଳାରେ ସଜେଇ ହୋଇଛି
ରଜନୀ ଗନ୍ଧାର ଭୁରୁ ଭୁରୁ ମହକ ରେ ସ୍ମୃତି ର ବାଲି ସାଉଁଟି
ସମୁଦ୍ର ର ଅକ୍ଷୟ ମୁଦ୍ରାରେ
ଆଶା, ଆଶ୍ଵାସନା ର ଭୁରୁ ଭୁରୁ ନାଦ ରେ ତୋଳିବାକୁ ଏକ ଅଜଣା ବୈକୁଣ୍ଠ କରୁଅଛି ସଂଘର୍ଷ କୋଉ ଅନାଦି କାଳରୁ।
ମିନାକ୍ଷୀ ଦ୍ବିବେଦୀ
ନିଉ ଦିଲ୍ଲୀ
୭୯୭୮୦୮୨୮୩୪
Comments
Post a Comment