*ହେ ଫଗୁଣ..!!!*
ଆସଗୋ ଫଗୁଣ ଚଇତାଳି ସାଥେ
ଅବିର, ଚନ୍ଦନ ନେଇ,
ମୋ ପ୍ରୀୟା ଅଙ୍ଗକୁ ଛୁଇଁ ଯିବ ବାରେ
ତନ ମନ ଶିହରାଇ।
ମୋ ମନୋଇ ପ୍ରୀୟା ଋଷି ଯେ ବସିଛି
ଖେଳିବନି ରଙ୍ଗ ହୋଲି,
ଇଙ୍ଗିତେ ଇଙ୍ଗିତେ ପ୍ରୀତି ରଙ୍ଗ ନେଇ
ସଜନୀ କୁ ଦେବ ବୋଳି।
ଶ୍ରାବଣୀ ବର୍ଷାରେ ଭିଜୁଥିଲା ପ୍ରୀୟା
ମଧୂର ମୂର୍ଚ୍ଛନା ସୁରେ,
ସିକ୍ତ ମନ ତାର ବେପଥୁ ସାଜିଛି
ଖୋଜୁଛି ମୁଁ ନିରବରେ।
ଫଗୁବୋଳା ଏଇ ଗୋଧଳୀ ଲଗ୍ନରେ
ଫିକା ଫିକା ତାର ହସ,
ନିଃଶବ୍ଦ ଆଜି ତା ପାଉଁଜୀର ଶବ୍ଦ
ଜୋଛନାର ବି ନାହିଁ ଭାସ।
ଆସ ହେ ଫଗୁଣ ବଉଳର ବାସେ
କୃଷ୍ଣଚୁଡା ରଙ୍ଗ ନେଇ,
ଫୁଲର ମହକେ ,ପ୍ରେମର ପୀୟୂଷେ
ପ୍ରୀୟା କୁ ଦେବ ଭିଜାଇ।
Comments
Post a Comment