ଲିଭି ନାହିଁ ଲିଭି ନାହିଁ ଆଜି ଯଉବନ ଦୀପ
ପ୍ରଣୟର ଉଦ୍ଧାମତା ଜଳେ ଦପ ଦପ
ସରିଆସେ ଦିବସର ଦୀର୍ଘ ଅମ୍ଳଜାନ
ଶୁଖିଲା ଉଦାସୀ ସ୍ନାୟୁ ଆଜି ଛିନ୍ନ ଭିନ୍ନ
ନିଶିହୁଏ ସବୁଦିନ ଅମାବାସ୍ୟା ରାତି
ତଥାପା ମନ ଗାଏ ମୁଗ୍ଧ ପ୍ରଣୟ ଗୀତି
ଛାତି ତଳ ସ୍ପନ୍ଦନ କରେ ଫୁସୁଫାସ
ସକାଳର ଅର୍ଦ୍ଧ ଫୁଟା ମଉଳିଆ ହସ
ବତାସ କରେ ମନ୍ତ୍ରଣା ଭସା ମେଘ ତଳେ
ତିକ୍ତ, ଅନୁରାଗେ ହୃଦ କାନ୍ଦଇ ଆକୁଳେ
ଆସିବ ଫଗୁଣ ପିନ୍ଧି ବିଜୟ ଟୀକା
ଚକ୍ଷୁ ତୀରେ ଜଳି ଉଠିବ ପ୍ରଣୟ ଦୀପିକା
Comments
Post a Comment