*କବିତା ଦିବସ ଅବସରରେ*
ଅତି ସେନେହ ରେ ପତିନି କହିଲେ ଆଜି ବିଶ୍ୱ କବିତା ଦିନ,
କବିତା ଗୋଟିଏ ଲେଖ ପ୍ରୀୟତମ କରି ମୋ ଗୁଣ ବର୍ଣ୍ଣନ।
ହୁଁ ଟିଏ ମାରି କଲମ ଧରିଲି ଲେଖିଲି କବିତା ଗୋଟେ,
ପଢି ମୋ କବିତା ବଢ଼ିଗଲା ବିପି ରାଗରେ ସେ ମଥା ପିଟେ।
ରଜନୀଗନ୍ଧା ଥିଲା ମୋ ସୁନ୍ଦରୀ ହେଲାଣି କଖାରୁ ଫୁଲ,
ବାସ ନାହିଁ ଆଉ ଚହଟ ଭି ନାହିଁ ନିତି ହୁଏ ଗର ଗର।
ବେଏଡ ଟି ଦରକାର ତାକୁ ଡେଲି ଚିକେନ, ଚାଉମିନି,
ଭାତ, ଡାଲମା ସବୁ ଗରିବ ଖାଆନ୍ତି
ଚାଲେ ନିତି ତାର ଆଇନି।
କିଟିପାର୍ଟୀ ପାଇଁ କିଣେ ନୁଆ ଶାଢ଼ୀ,ନୁଆ ଭେରାଇଟି ଗହଣା,
ସୁନ୍ଦରୀ ସଖୀଙ୍କୁ ଦେଖେଇ ଗରବେ କହେ ସେ ପତିର ପାଉଣା।
Zomato,Swiggy ରୁ ହୁଏ ଡେଲି ଭରି
ରୋଷେଇରେ ନାହିଁ ସଉକ,
ପର୍ବ ପର୍ବାଣୀ ସବୁ ପୁରୁଣା କାଳିଆ ଆମେ ବ୍ରଡ ମାଇଣ୍ଡ ଲୋକ।
ଯାହା ସେ କହୁଛି ତାହା ମୁଁ କରୁଛି ହଁ ରେ ହଁ କୁ ମାରି,
ପିଲାମାନେ ତାଙ୍କ ଜଞ୍ଜାଳେ ରହିଲେ
ମୋ ପାଦ ରେ ବନ୍ଧା ଡୋରୀ।
କବିତା ମୋ ପଢି ତମ ତମ ହୋଇ ବାହାରିଲେ ବାପଘର
ନେହୁରା ହେଇ ମୁଁ କ୍ଷମା ମାଗିନେଲି ଆଉ କରିବିନି ଭୁଲ।
ଶୁଣ ଶୁଦ୍ଧି ଜନ ଖୁସିରେ ଜୀବନ କାଟିବାର ଅଛି ମନ,
ମିଛ, ସତ କ କରି ସ୍ତ୍ରୀ ର ପ୍ରଶଂସା କରୁଥିବ ରାତିଦିନ।
Comments
Post a Comment