*ଆଶ୍ଵାସନା*
ଏମିତି ସମୟ ଆସେ କେବେ କେବେ ଜୀବନରେ
ଫଗୁଣ ଧରାଦିଏ..
ପୂର୍ବ ଜନ୍ମର ଶୋକ,ଏ ଜନ୍ମର ସନ୍ତାପ ମିଳେଇ ଯାଏ,
ମନବୋଧ ରେ କବିତା ଟିଏ ଲେଖିବାକୁ ଭାରି ଇଛାହୁଏ,
ମନ୍ଦ ମନ୍ଦ ସମୀରଣରେ ଧରିତ୍ରୀ ନାଚି ଉଠେ,
ଦୂର ଚକ୍ରବାଳର ଚକ୍ରାନ୍ତରେ ନବ ଦୁର୍ବାଦଳର ହୁଏ ଆଗମନ,
ମଳୟର ଚିତ୍ତ ଚୋର ଚାହାଣୀରେ ଲାଜେଇ ଯାଏ କୃଷ୍ଣ ଚୁଡ଼ା।
ତର୍ଣ୍ଣକ ର ସଦ୍ୟ ପ୍ରଷ୍ଫୁଠିତା ହସରେ
ନାନ୍ଦନିକ ସ୍ବପ୍ନ ରେ ବିଭୋର ହୋଇଉଠେ ମନ।
ପୂତ,ପୟ ରେ ଭରିଯାଏ ଚତୁର୍ଦ୍ଦିଗ,
ସ୍ନେହ, ପ୍ରେମ,ପ୍ରତୟ ପ୍ରୀତିରେ
କଳ୍ମଷ ର ହୁଏ ବିଲୟ,
ଅଦୃଷ୍ଟ ଦ୍ରଷ୍ଟା ର ଇଙ୍ଗିତିରେ ମାଟି ମନସ୍କା ହୋଇଉଠେ ଶ୍ରାବଣୀ।
ସଂଜବତୀର ସଂଭ୍ରମତାରେ ପୂଣ୍ୟତୋୟା ହୋଇଉଠେ ଜହ୍ନ,
କେବେ କେବେ ବର୍ଣ୍ଣିତ ଛବି ଅପୂର୍ବ ମହକରେ ଶିହରି ଉଠେ,
ଶୂନ୍ୟତାରୁ ପୂର୍ଣ୍ଣିତା
ବିଲୟ ରେ ତନ୍ମୟତା ଖେଳିଯାଏ,
ସମ୍ପର୍କର ସୂଚୀପତ୍ର ରେ
ଜୀବ ଗଣିତ ର ସମୀକରଣରେ
ସ୍ରଷ୍ଟା ତା ଦନ୍ଥଡା ଲେଖନୀରେ ସୃଷ୍ଟି କରେ ରତ୍ନ ତ୍ରିତୟା।
ସଂଗୀତ ସମ୍ମୋହନରେ ବଶୀଭୂତ ହୁଏ
ନିତ୍ୟ ନୂତନ ବର୍ତ୍ତମାନ,
ସଜଫୁଟା ଫୁଲର ନାଭି ମଣ୍ଡଳ ରେ ହୁଏ ପ୍ରଶାନ୍ତିର ମିଳନ
ସମାଧିସ୍ଥ ଆତ୍ମା ର ସଜଳ ପ୍ରତ୍ୟାଶା, ଅବ୍ୟକ୍ତ କୁହୁକର ଆବେଗରେ
ମିଳିଯାଏ ବଂଚିବାର ଅଭିପ୍ରାୟ ,ଜୀଇଁ ବାର ଲାଳସା...
Comments
Post a Comment