ସାଗର ପରି ଉଦାର ସିଏ ଆକାଶ ପରି ତା ଛାତି,
ସଲିଳ ବନରେ ଫୁଟାଏ ସେ ପଦ୍ମ ଗାଇ ମଧୁ ରସ ଗୀତି,
ପଶ୍ଚିମ ଶୈଳେ ନଇଁଲେ ସବିତା ଜାଳଇ ସଂଜବତୀ
କେହି ନୁହେଁ ସେ ଏ ଧରା ପୃଷ୍ଠରେ ଆମର ଓଡ଼ିଆ ଜାତି।
ସୁପ୍ତ କଳିରୁ କଳଙ୍କ ପୋଛି ଭରିଦିଏ ସେ ସ୍ପନ୍ଦନ,
ଅମୃତ ଲେପି ଅସୀମ ନୟନେ ସଂଚାର କରଇ ପ୍ରାଣ,
ଐକ୍ୟ କଣ୍ଠେ ଗାଏ ଅସୀମ ସଂଗୀତ ସୁମନ ଜୀବନ ଜଗତୀ,
କେହି ନୁହେଁ ସେ ଏ ଧରା ପୃଷ୍ଠାରେ ଆମର ଓଡ଼ିଆ ଜାତି।
ଜଗାର ସୌରଭ ତାର ଜ୍ୟୋତି ରୂପ ଅନେକତାରେ ଭରେ ଏକତା,
ପାଦ ତଳେ ତାର ଅବ୍ୟକ୍ତ ତଟିନୀ
ଲେଖେ ସେ ଗୋଧୂଳି କବିତା,
ଧୂମିଳ ଗଗନେ ଫୁଟାଏ ସେ ସ୍ନିଗ୍ଧ ଶୀତଳ ପ୍ରୀତି,
କେହି ନୁହେଁ ସେ ଏ ଧରା ପୃଷ୍ଠାରେ ଆମର ଓଡ଼ିଆ ଜାତି।
ମିନାକ୍ଷୀ ଦ୍ବିବେଦୀ
ନିଉ ଦିଲ୍ଲୀ
୭୯୭୮୦୮୨୮୩୪
- Get link
- X
- Other Apps
- Get link
- X
- Other Apps
Comments
Post a Comment