[3/18, 4:29 PM] Minakshi Dwivedy: ପ୍ରେମ ରଙ୍ଗ ଦେଇ
ମନ କିଣି ନେଲି
ସପ୍ତ ରଙ୍ଗରେ ତତେ ସଜେଇଲି
ଧଳା ରଙ୍ଗ ଫୁଲେ ଗଭା ରେ ନାଇଲି
କଜଳ ରଙ୍ଗ ତୋ ଆଖିରେ ମାଖିଲି
ନାଲି ରଙ୍ଗେ ତୋ ଓଠକୁ ଲେପିଲି
ସବୁଜ ବସ୍ତ୍ରେ ତୋ ଅଙ୍ଗେ ପିନ୍ଧାଇଲି
ପାଟ ଅରଙ୍କାରେ ତତେ ସଜେଇଲି
ନାରଙ୍ଗୀ ଅଳତାରେ ପାଦ ତୋ ଧୋଇଲି
କୃଷ୍ଣ ରଙ୍ଗ ତୋ ବକ୍ଷ କୁ କ୍ଷେପିଲି
ତୋ ମନ ପାଖେ ମୋ ମନ ବିକିଲି
କହଲୋ ସଜନୀ ହେବୁ କି ମୋ ସାଥୀ
ସାତ ଜନ୍ମ ପାଇଁ ବାନ୍ଧିବୁ ଲୋ ପ୍ରୀତି
କଦମ୍ବ ମୁଳରେ ମୁଁ ବସିଛିଲୋ ଚାହିଁ
ଆସିଯାଲୋ ଗୋରୀ ତିନି ଗାର ଡେଇଁ।
ଜନମ ଜନମ ବସିବାଲୋ ମିତ
ଗାଉଥିବା ମିଶି ବସନ୍ତ ସଙ୍ଗୀତ।
[3/19, 9:03 AM] Minakshi Dwivedy: ତୁମେ ମତେ ରଙ୍ଗ ଦେଲ
ମୁଁ ତୁମକୁ ପ୍ରେମ ଦେଲି
ତୁମେ ମତେ ନିଦ ଦେଲ
ମୁଁ ତୁମକୁ ସ୍ବପ୍ନ ଦେଲି
ତୁମେ ମତେ ହୃଦୟ ଦେଲ
ମୁଁ ତୁମକୁ ସ୍ପନ୍ଦନ ଦେଲି
ତୁମେ ମତେ ସ୍ପର୍ଶ ଦେଲ
ମୁଁ ତୁମକୁ ଶିହରଣ ଦେଲି
ମୁଁ.....
ମୋ ଭିତରେ ତୁମର ସର୍ବସ୍ବ ପାଇଲି
ଆଉ ତୁମ ଭିତରେ ମୋ ନିଃଶ୍ବାସ....
Comments
Post a Comment